ଧଉଳି ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଧଉଳି ଦୟାନଦୀ ପଠାରେ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଓରଫ୍ ଜୋକର ହାପି ଗିରଫ ହୋଇଥିବା ସୂଚନା। ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଘଟଣାରେ ୫ ଜଣ ଅଭିଯୁକ୍ତ ସାମିଲ ଥିଲେ। ଏବେ ବି ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ଗତ ୧୦ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା। ଧଉଳି ଗଣଦୁଷ୍କର୍ମ ମାମଲା ରେଡ ଫ୍ଲାଗ୍ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି।



