ନାଲକୋନଗରରେ ସୁରକ୍ଷା ନିରାପତ୍ତା ଦାବି ନେଇ ଗଣଧାରଣା
ଅନୁଗୋଳ, ନବରତ୍ନ କମ୍ପାନି ନାଲକୋ ରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ନୈରାଶ୍ୟଜନକ I ଗତ ଡିସେମ୍ବର ୧ ତାରିଖ ସୋମବାର ଦିନ ଦିନ ଦ୍ବିପହରରେ ନାଲକୋ ନଗର ସ୍ଥିତ କ୍ୱାଟର ରେ ଘଟିଯାଇଥିବା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ସମସ୍ତ ଅନୁଗୁଳ ବାସି ଙ୍କ ମନ ପ୍ରାଣକୁ ଦୋହଲାଇ ଦେଇଛି I ଆଜିକୁ ପ୍ରାୟ ୨୦ ଦିନ ବିତିଯାଇଥିଲେ ସୁଧା ହତ୍ୟାକରୀ ଖୁଲମଖୁଲା ବୁଲୁଚି, ତେଣୁ ପୋଲିସ ପ୍ରଶାସନ ଉପରେ ନାଲକୋବାସୀଙ୍କ ଆସ୍ଥା ତୁଟିବାକୁ ବସିଲାଣି I ଟାଉନସିପିର ମହିଳା ଓ ଶିଶୁ ମାନେ ଏକ ଭୟର ବାତାବରଣ ମଧ୍ୟରେ କାଳାତିପାତ କରୁଛନ୍ତି I ନାଲକୋ ଟାଉନସିପି ର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି I ଟାଉନସିପି ନିଶାଡି ଓ ଉଶୃଙ୍ଖଳ ଯୁବକ ମାନଙ୍କର ଆଡାସ୍ଥଳୀ ପାଲଟି ଯାଇଛି I ନାଲକୋ କଲୋନୀର ପ୍ରବେଶ ପଥ ସାହାଣମେଲା ଥିବାରୁ ଅନେକ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ନଗରବାସୀ ଅତିଷ୍ଠ ହୋଇପଡିଲେଣି I ପ୍ରଚୁର ରାଜସ୍ୱ ବ୍ୟୟରେ ଖଞ୍ଜାଯାଇଥିବା ସିସି ଟିଭି ବ୍ୟବସ୍ଥା ଆଜି ରୁଗଣ ପ୍ରାୟ I ନାଲକୋ ସୁରକ୍ଷା ଓ ନିରାପତ୍ତା ର ସୁଦୃଢ଼ୀକରଣ ଏବଂ ହତ୍ୟା ହେଇଥିବା ଭଉଣୀ ମଧୁସ୍ମିତା ଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ନାଲକୋର ଏକମାତ୍ର ରାଷ୍ଟ୍ରବାଦୀ ସଙ୍ଗଠନ BMS ସମ୍ବନ୍ଧିତ ଆଲୁମିନିୟମ ମଜ଼ଦୂର ସଙ୍ଘ ତରଫରୁ ଇଷ୍ଟେଟ ଅଫିସ ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହ ଏକ ସମୂହ ଗଣଧାରଣା ଦିଆଯାଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

