
ବଅଁରପାଳ ଶିଶୁ ବିଦ୍ୟା ମନ୍ଦିର ଗଣିତ ଦିବସ ଅବସରରେ ଗଣିତ ହାଟ

ବଅଁରପାଳ -(୨୨/୧୨) ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଶିଶୁ ମାନଙ୍କ ଦ୍ଵାରା ଶ୍ରୀନିବାସ ରାମାନୁଜନ ଜନ୍ମ ଜୟନ୍ତୀ ଅବସରରେ ଗଣିତ ହାଟର ଆୟୋଜନ କରାଯାଇଥିଲା । ଉକ୍ତ ହାଟ ଦେଖିବାକୁ ଅନ୍ୟ ବିଦ୍ୟାଳୟ ଛାତ୍ର,ଛାତ୍ରୀ ଆସିଥିଲେ।


ଆମ ବିଦ୍ୟାଳୟର ଗଣିତ ପ୍ରମୁଖ କୁତର୍ଥ ଗଡନାୟକ ଦୀପ ପ୍ରଜ୍ଜ୍ୱଳନ ବନ୍ଦନା କାର୍ଯ୍ୟକ୍ରମ କୁ ଆଗେଇ ନେଇ ଥିଲେ। ପ୍ରଧାନଆଚାର୍ଯ୍ୟ ଧର୍ମାନନ୍ଦ ସାହୁ ଗଣିତ ହାଟ ର ଉଦଘାଟନ କରିଥିଲେ। ଆମ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ସତ୍ୟବାନ୍ ବରାହ,ସମ୍ପାଦକ ଅଖିଳ କୁମାର ମହାପାତ୍ର,କୋଷାଧ୍ୟକ୍ଷ ଅକ୍ଷୟ ସେନାପତି ,ସଦସ୍ୟା ପଦ୍ମିନୀ ବେହେରା ଓ ପୂର୍ବତନ ପରିଚାଳନା ସମିତିର ସଦସ୍ୟ ଉପସ୍ଥିତି ଥିଲେ। ସମସ୍ତ ଗୁରୁଜୀ, ଗୁରୁମା ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇ ଥିଲା।






