ପାଇପ ଲାଇନ୍ ପାଖରୁ ଦୁଇ ଯୁବକ ଙ୍କ ମୃତ ଦେହ ଠାବହତ୍ୟା କରି ଫୋପାଡି ଥିବା ସନ୍ଦେହ

ଅନୁଗୋଳ – ପାଇପ ଲାଇନ୍ ପାଖରେ ପଡ଼ିଛି ଦୁଇ ଯୁବକ ଙ୍କ ମୃତ ଦେହ। ହତ୍ୟା କରି କେହି ଫୋପାଡି ଥିବା ସନ୍ଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ତାଳଚେର ଥାନା ଲିଙ୍ଗିରାକଟା ଗାଁ ଦେଇ ଯାଇଥିବା ନାଲକୋ ର ପାଇପ ଲାଇନ୍ ପାଖରେ। ମୃତକ ଦୁଇ ଜଣ ହେଲେ ଲିଙ୍ଗୀରାକଟା ଗ୍ରାମ ର ଓମ୍ ପରିଡ଼ା ଓ ଜନ୍ହା ନାଏକ। ସୂଚନା ମୁତାବକ ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇବା ପରେ ପୋଲିସ ଘଟାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ କେହି ଦୁବୃର୍ତ୍ତ ସେମାନଙ୍କୁ ହତ୍ୟା କରି ଫୋପାଡି ଦେଇଥିବା ସଂଦେହ କରାଯାଉଛି।




