ଶ୍ରୀଶ୍ରୀ ରଘୁନାଥଜୀଉଙ୍କର ଝୁଲଣ ପର୍ବ
ଢେଙ୍କାନାଳ, ୨୫/୮: ଢେଙ୍କାନାଳ ଟାଉନ୍ କୌବଲବଜାରସ୍ଥିତ ଯାଉଁଳି ପୋଖରୀ ମଠସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କର ଝୁଲଣ ପର୍ବ ଗତକାଲି ସୋମବାର ଠାରୁ ଆରମ୍ଭ ହୋଇଯାଇଅଛି । ଏହି ପର୍ବ ଆସନ୍ତା ୨୮ ତାରିଖ ଶୁକ୍ରବାର ଗହ୍ମା ପୂର୍ଣିମା ଦିନ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେବ । ପ୍ରତ୍ୟେହ ସଂଧ୍ୟା ୭ ଘଟିକା ସମୟରେ ଶ୍ରୀ ଜୀଉଙ୍କ ଝୁଲଣ ମଣ୍ଡପକୁ ବିଜେ ପରେ ଆଳତୀ ଓ ଅସ୍ତୁତି ଅନୁଷ୍ଠିତ ହେବ । ପ୍ରତ୍ୟେହ ରାତ୍ର ୮ ଘଟିକା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଓ କୀର୍ତନ ପରିବେଷଣ କରାଯିବ । ପ୍ରତ୍ୟେହ ରାତ୍ର ୧୧ ଘଟିକା ସମୟେ ଜୀଉଙ୍କ ମନ୍ଦିର ପ୍ରତ୍ୟାଗମନ । ୨୮ ତାରିଖରେ ମହୋତ୍ସବ ଅନୁଷ୍ଠିତ ହେବା ସହିତ ରାତ୍ର ୯ ଘଟିକାରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା ରହିଛି । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ମଠର ମହନ୍ତ ଶ୍ରୀ ପ୍ରଭୁପାଦ ଦାସଜୀ ମହାରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ଭକ୍ତମାନେ ଉପସ୍ଥିତ ରହି ଶ୍ରୀ ଜୀଉଙ୍କ କୁଞ୍ଜଆଳତୀ ଦର୍ଶନ ପୂର୍ବକ ଶ୍ରୀ ଶ୍ରୀ ରଘୁନାଥଙ୍କ ଅପାର କୃପାଲାଭ କରିବାକୁ ଅନୁରୋଧ କରିଛନ୍ତି ।



