ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସ୍ବାସ୍ଥ୍ୟସେବା ବ୍ୟାହତ

ଚମ୍ପୁଆ:କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଚିକିତ୍ସାଳୟ ରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସ୍ବାସ୍ଥ୍ୟସେବା ବ୍ୟାହତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ତିନିମାସର ଦରମା ପାଇ ନଥିବାରୁ ସଫେଇ ଓ ଆଟେନାଣ୍ଟ ଓ ହେଲ୍ପଡେକ୍ସ (ଆଉଟସୋର୍ସିଙ୍ଗ) କର୍ମଚାରୀ ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ବାସ୍ଥ୍ୟସେବା ପ୍ରଭାବିତ । ଚମ୍ପୁଆ ଡାକ୍ତର ଖାନାରେ ସଫେଇ, ଆଟେନାଣ୍ଟ ଓ ହେଲ୍ପଡେକ୍ସ ନିୟୋଜିତ କରିଥିବା କ୍ୟାପିଟାଲ ଆଉଟସୋର୍ସିଙ୍ଗ ଏଜେନ୍ସୀ ଏଠାରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ ରୁ ଅଧିକ କର୍ମଚାରୀ ଙ୍କ ତିନି ମାସରୁ ଅଧିକ ହେବ ଦରମା ଦେଇନଥିବାରୁ ଏହି କର୍ମଚାରୀ ଆଜି କାର୍ଯ୍ୟ କରିବା ସହ ଆନ୍ଦୋଳନ ରେ ସାମିଲ ହେଇଛନ୍ତି। ଏପରିକି ଏମାନଙ୍କ ଠାରୁ ଏଜେନ୍ସୀ କାର୍ଯ୍ୟ ବାବଦକୁ ଦରମା କାଟି ରଖିବାକୁ କହୁଥିବାରୁ କର୍ମଚାରୀ ଏହି ନିଷ୍ପତିକୁ ବିରୋଧ କରିବା ସହ ଏହାକୁ ନେଇ ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏମାନଙ୍କ କାର୍ଯ୍ୟ ବନ୍ଦ ଯୋଗୁ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି । ଡାକ୍ତର ଖାନାରେ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଡାକ୍ତର ଖାନାକୁ ପାଣି ଯୋଗାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ସାମିଲ ହୋଇଥିବାରୁ ଚିକିତ୍ସାଳୟକୁ ଅତି ଆବଶ୍ୟକୀୟ ସେବା ପାଣି ଯୋଗାଣ ବନ୍ଦ ରହିଛି ।ଏମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ସ୍ବାସ୍ଥ୍ୟ ସେବା ବହୁ ମାତ୍ରାରେ ପ୍ରଭାବିତ ହେଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



