ହାତୀପଲଙ୍କୁ ସାମ୍ନାରେ ଦେଖି ନାଳରେ ଟ୍ରାକଟର ଓଲଟେଇ ଦୌଡ଼ିଲା ଡ୍ରାଇଭର
କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀଙ୍କ ଉତ୍ପାତ କ୍ରମଶଃ ବଢ଼ିବାରେ ଲାଗିଥିଲା ବେଳେ ଏହି ହାତୀପଲ ବିଭିନ୍ନ ସମୟରେ ଅତର୍କିତ ଭାବେ ରାସ୍ତା ଉପରକୁ ଆସୁଥିବାରୁ ଦୁର୍ଘଟଣା ମଧ୍ୟ ଘଟୁଛି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜାଲି ଜଙ୍ଗଲରେ ଥିବା ପଚିଶ ଟିକିଆ ହାତୀ ପଲ ମଧ୍ୟରୁ ଉଣେଇଶ ଟି ହାତୀ ଦଳରୁ ବାହାରି ହଠାତ ନିଶ୍ଚିନ୍ତପୁର ଆଡେ ଯାଉଥିବା ବେଳେ କମଣ୍ଡ ନାଳ ନିକଟରେ କମଣ୍ଡ ନାଳରୁ ବାଲି ବେlଝେଇ କରି ଆସୁଥିବା ଏକ ଟ୍ରାକଟର ର ଡ୍ରାଇଭର ନାଳ ନିକଟରେ ହଠାତ ହାତୀଙ୍କୁ ସାମ୍ନା ପଟୁ ଆସୁଥିବାର ଦେଖି ନାଳରେ ଗାଡିକୁ ଓଲଟାଇ ଭୟରେ ଦୈଡିପଳାଇଥିବା ଦେଖାଯାଇଛି l କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଝାଲିଆବେଡା ଜଙ୍ଗଲରୁ ପଚିଶ ଟିକିଆ ହାତୀପଲ ଜାଲି ଜଙ୍ଗଲରେ ଥିବାବେଳେ ଅପରାହ୍ନ ସମୟରେ ଏହି ହାତୀପଲ ମଧ୍ୟରୁ ୧୯ଟି ହାତୀ ଦଳରୁ ଅଲଗା ହେଇ ନିଶ୍ଚିନ୍ତ ପୁର ଗାଁ ମୁହାଁ ହୋଇଥିଲେ l ତେବେ କମଣ୍ଡନାଳ ନିକଟରେ ନାଳ ଭିତରୁ ବାଲି ବେlଝେଇ କରି ଆସୁଥିବା ଏକ ବାଲି ବେlଝେଇ ଟ୍ରାକଟର ହଠାତ ଦୣତ ଗତିରେ ମାଡି ଆସୁଥିବା ହାତୀ ପଲଙ୍କୁ ସମ୍ନାସାମ୍ନି ହେବାରୁ ଡ୍ରାଇଭର ଭୟରେ ଭାରସାମ୍ୟ ହରାଇ ନାଳରେ ଗାଡିକୁ ଓଲଟାଇ ଦୈଡିପଳାଇ ନିଜର ଜୀବନ ବଞ୍ଚାଇଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



