ଯୋଡ଼ାପୋଲିସ୍ କବ୍ଜାରେ ତିନି ଜଣ ଧଳାଜହର ବ୍ୟାପାରି, ନଗଦଟଙ୍କା ଗାଡ଼ି ଓ ମୋବାଇଲ୍ ଜବତ୍
ବଡ଼ବିଲ ::କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ରେ ୩ ଜଣ ଧଳା ଜହର ବେପାରୀଙ୍କୁ ଗିରଫ କଲା କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ପୋଲିସ । ସେମାନଙ୍କ ନିକଟରୁ ୨ଗ୍ରାମ ଓଜନର ବ୍ରାଉନ୍ ସୁଗାର୍, ନଗଦ ୧୮,୧୦୦ ଟଙ୍କା, ୩ଟି ମୋବାଇଲ୍ ଫୋନ୍ ଓ ଏକ କ୍ୟାମ୍ପର୍ ଗାଡ଼ି ଜବତ ହୋଇଛି । ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଯୋଡ଼ା ପୋଲିସ ଅଚାନକ ଚଢ଼ାଉ କରିଥିଲା । ବିଲେଇପଦା କଣ୍ଡ୍ରା ନିକଟରେ ବ୍ରାଉନ୍ ସୁଗାର ବିକ୍ରି କରୁଥିବା ବେଳେ, ମାଡ଼ି ବସିଥିଲା ପୋଲିସ । ସେଠାରୁ ବ୍ରାଉନ୍ ସୁଗାର୍ ଜବତ କରିବା ସହ, ଏହି କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଝାଡ଼ଖଣ୍ଡର ହୋଇଥିବା ବେଳେ, ଅନ୍ୟ ୨ଜଣ ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡ୍ରା ଅଞ୍ଚଳର ହୋଇଥିବା ନେଇ ସୂଚନା l ଏମାନେ ଏହି ବ୍ୟବସାୟରେ ଲିପ୍ତ ରହି ଖଣି ଅଞ୍ଚଳର ଯୁବପୀଢ଼ୀଙ୍କୁ ପଥଭ୍ରଷ୍ଟ କରୁଥିବା ସୂଚନା ମିଳିଛି l ସେମାନଙ୍କୁ କୋର୍ଟ ଚାଲାଣ କରିବା ସହ ଏ ସମ୍ପର୍କରେ ଯୋଡ଼ା ପୋଲିସ୍ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



