ଅମ୍ବାଭୋନା ବ୍ଳକ୍ ରେ ଦ୍ଵିତୀୟ ପର୍ଯ୍ୟାୟ ନିଷ୍ଠା ତାଲିମ ଉଦଘାଟିତ
ତା ୧୯/୦୧/୨୦୨୬ ସୋମବାର ଦିନ ଅମ୍ବାଭୋନା ବ୍ଳକ୍ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମ୍ବିଳନୀ କକ୍ଷରେ ଅମ୍ବାଭୋନା ବ୍ଳକ୍ ର ଏ ବି ଇ ଓ କମ୍ ବି ଆର୍ ସି ସି ଶ୍ରୀଯୁକ୍ତ ଲାଲମୋହନ ସିଂହଙ୍କ ସଭାପତିତ୍ବରେ ତଥା ବି ଆର୍ ଟି ରମେଶ ଚନ୍ଦ୍ର ମେହେର ଓ ପ୍ରିୟ ରଂଜନ ଦୋରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଞ୍ଚ ଦିବସୀୟ ନିଷ୍ଠା ତାଲିମ ଉଦଘାଟିତ ହୋଇଯାଇଛି । ସର୍ବ ପ୍ରଥମେ ଅଗ୍ରପୂଜ୍ୟ ଗଣେଶ ଙ୍କୁ ପୂଜାର୍ଚ୍ଚନା କରାଯାଇ ପ୍ରାର୍ଥନା ଗାନ କରାଯାଇଥିଲା । ସି ଆର ସି ସି କେଦାର ନାଏକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧନ କର୍ମୀ ସ୍ବାଧୀନ କୁମାର ସାହୁ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ସାଧନ କର୍ମୀ ଭାବେ ସ୍ବାଧୀନ କୁମାର ସାହୁ, ସୁଶାନ୍ତ ପ୍ରଧାନ, ସଡାନନ ଭୋଇ, ଭୈରବ ନାଥ ପଟେଲ ଅମ୍ବାଭୋନା ବ୍ଳକ୍ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ପ୍ରଥମ ଦିବସରେ ବିବିଧତା ପୂର୍ଣ୍ଣ ଅନ୍ତର୍ନିବେଶୀ ଶ୍ରେଣୀ କକ୍ଷ, ଭିନ୍ନକ୍ଷମ ବିଭାଗୀକରଣ, ସନ୍ଦର୍ଭରେ ଅଧିକାର ଭୂମିକା ଏବଂ ଦାୟିତ୍ଵ , ପରୀକ୍ଷା ବୋର୍ଡ ଦ୍ବାରା ଗ୍ରହଣ କରାଯାଇଥିବା ବ୍ୟବସ୍ଥା ଓ ଶିକ୍ଷଣ ସମସ୍ୟା ବିଷୟରେ ତାଲିମ ପ୍ରଦାନ କରିଥିଲେ । ଶେଷରେ ବି ଆର୍ ଟି ରମେଶ ଚନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।



