ବାକ୍ ଦେବୀ ମା ସରସ୍ଵତୀଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ପାଳନ।
ପବିତ୍ର ବସନ୍ତପଞ୍ଚମୀ ତିଥିରେ ବିଦ୍ୟାଦାତ୍ରି ମାଆ ସରସ୍ବତୀଙ୍କ ପୂଜା ବହୁ ହର୍ଷ ଉଲ୍ଲାସ ସହକାରେ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଓ ଏହାର ଆଖପାଖ ଅଞ୍ଚଳରେ ବାକ୍ ଦେବୀ ମା ସରସ୍ବତୀଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ଅନୁଷ୍ଠାନ ଓ କେତେକ କାର୍ଯ୍ୟାଳୟ ମାନଙ୍କରେ ମାଆ ସରସ୍ବତୀଙ୍କ ପୂଜାର୍ଚ୍ଚନା କରାଯିବା ସହ କେତେକ ସ୍ଥାନରେ ପୂଜା ସମାପନ ପରେ ପ୍ରାସାଦ ସେବନ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି କିଛି କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ମାଆ ସରସ୍ବତୀଙ୍କ ପୂଜାର୍ଚ୍ଚନା ହୋମଜଞ ସହ ବହୁ ଆଡ଼ମ୍ବର ଓ ହର୍ଷ ଉଲ୍ଲାସ ସହକାରେ ପାଳନ ହୋଇଥିବା ବେଳେ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ପରିସରରେ ଥିବା ମୁକ୍ତିୟାର ମଣ୍ଡପ ରେ ମଧ୍ୟ ବାକ୍ ଦେବୀ ବିଦ୍ୟାଦାତ୍ରି ମାଆ ସରସ୍ବତୀଙ୍କ ଯଥା ରୀତି ଅନୁସାରେ ପୂଜାର୍ଚ୍ଚନା ହୋମଯଜ୍ଞ କରାଯିବା ସହ ଆଗନ୍ତୁକ ଶ୍ରଦ୍ଧାଳୁ ମାନଙ୍କୁ ଫଳମୂଳ ରେ ପ୍ରସ୍ତୁତ ପ୍ରସାଦ ବଣ୍ଟନ କରଯାଇଥିଲା, ଏହି ଅବସରରେ ଏଠାକୁ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା ମହୋଦୟ ଙ୍କୁ ଆମନ୍ତ୍ରିତ କରାଯାଇଥିବା ବେଳେ ଏଠାରେ କାର୍ଯ୍ୟ କରୁଥିବା ସମସ୍ତ ଆଇନଜୀବୀ, ଭେଣ୍ଡର, ଟ୍ୟାପିଷ୍ଟ ମୁକ୍ତିୟାର୍, ତହସିଲ୍ କାର୍ଯ୍ୟାଳୟ ପରିସରରେ ରହୁଥିବା କର୍ମଚାରୀ ବୃନ୍ଦ ଓ ଆଖପାଖର ବହୁ କୁନିକୁନି ପିଲାମାନେ ଏବଂ ଛାତ୍ର ଛାତ୍ରୀ ମାନେ ଏଠାରେ ମାଆ ସରସ୍ଵତୀ ଙ୍କ ପୂଜାରେ ଶ୍ରଦ୍ଧା ପୂର୍ବକ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା। ଏହିଦିନ ମାଆ ସରସ୍ବତୀଙ୍କ ପୂଜା ପାଇଁ ସମସ୍ତେ ଉପବାସ ରହି ପୂଜା ସମାପନ ପରେ ମାଆ ଙ୍କ ନିକଟରେ ଶ୍ରଦ୍ଧା ପୂପଞ୍ଜଳି ଅର୍ପଣ କରିବା ପରେ ପ୍ରାସାଦ ସେବନ ପରେ ଖାଦ୍ୟ ଖାଇଥାନ୍ତି। ଖାସ୍ କରି ଏହି ଦିନକୁ ସ୍କୁଲ୍ କଲେଜ୍ ପଢୁଆ ଛାତ୍ରଛାତ୍ରୀ ମାନେ ଅନେଇ ବସିଥାନ୍ତି। ନିଜ ନିଜର ଶିକ୍ଷାନୁଷ୍ଠାନରେ ନିଜ ହସ୍ତରେ ମାଆ ଙ୍କ ପୂଜା ପାଇଁ ରାତ୍ରୀ ପର୍ଯ୍ୟନ୍ତ ଉଜାଗର ରହି ସାଜ୍ଜସଜ୍ଜା କରିଥାନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



