ବିଶ୍ଵନାଥ ପୁର ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ବାର୍ଷିକ ଉତ୍ସବ
କଳାହାଣ୍ଡି – ପ୍ରଥମ ବାର୍ଷିକୋତ୍ସବ ବିଶ୍ଵନାଥ ପୁର ସ୍ଥିତ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଦିପ କୁମାର ଘଢେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିଲେ।ମୂଖ୍ୟ ବକ୍ତା ଭାବେ ଦକ୍ଷିଣ ସମ୍ଭାଗ ଶିକ୍ଷା ବିକାଶ ସମିତି ସଭାପତି ତଥା ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରୁପ ସିଂ ରାଉତ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, ସରପଞ୍ଚ ସୁରଥ ମାଝୀ, ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ, ବିଶ୍ଵନାଥ ପୁର ରେଞ୍ଜର ନରୋତ୍ତମ ମାଝୀ,ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ମାଝୀ,ସମାଜ ସେବୀ ଦେବେନ୍ଦ୍ର ପ୍ରଧାନ,ବଟକୃଷ୍ଣ ପୁଷ୍ଟି,ହରିହର କୁମାର, ବିଶ୍ଵନାଥ ପୁର ବଣିକ ସଂଘ ସଭାପତି ପ୍ରମୋଦ କୁମାର ଗୋୟଲ, ଯୁବ ସମାଜ ସେବୀ ହିମାଦ୍ରୀ ପେସନିଆ, ବେଦାନ୍ତ ଆଲୁମିନା ଲିମିଟେଡ଼ ସିଏସଆର ମୂଖ୍ୟ ଶିଶିର କୁମାର ଚୋପଦାର,ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବ ବ୍ରତ ସାହୁ, ବିଶ୍ଵନାଥପୁର ଥାନା ଅଧିକାରୀ ତୁଳସୀ ରାମ ଶବର,,ବରିଷ୍ଠ ନାଗରିକ ରଘୁବୀର ନାଗ,ବଳରାମ ବେହେରା,ଜଗଦୀଶ ବେନିଆ,ଅନନ୍ତ ରାମ ପ୍ରଧାନୀ,ବିଭୁତି ଭୂଷଣ ବେହେରା,ମନୋହର ପାଲ ବି ତିରୁପତି ପାତ୍ର, ବସନ୍ତ ପଡା ସରପଞ୍ଚ ଛାଞ୍ଚେର ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ବିଦ୍ୟାମନ୍ଦିର ସମ୍ପାଦକ ତରୁଣ କୁମାର ଦାସ ବିଦ୍ୟାଳୟ ଓ ଉତ୍ସବ ଉଦେଶ୍ୟ ବିବରଣୀ ପଠନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଜ୍ଞାନ ରଞ୍ଜନ ଦାଶ ବାର୍ଷିକ ବିବରଣୀ ପଠନ କରିବା ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଗୁରୁମା ସଂଯୁକ୍ତା ଘଢେଇ ସହଯୋଗ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଛାତ୍ରୀ ଜିନି ବାଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପରିଚାଳନା କମିଟି ର ସଭାପତି ପ୍ରଦିପ କୁମାର ଘଢେଇ ସଭାପତି ଅଭିଭାଷଣ ସହିତ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା କମିଟିର ସମସ୍ତ ସଦସ୍ୟ ସମେତ ବିଦ୍ୟାଳୟ ର ଗୁରଜି ଗୁରୁମା ପରିଚାଳନା ରେ ସହଯୋଗ କରିଥିଲେ। କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ



