ମୁଣ୍ଡିଆପସି ଉତ୍କଳ କଳାକୁଞ୍ଜ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା 11ତମ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ହିନ୍ଦୋଳ :26/01/2026ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ ପଂଚାୟତ ମୁଣ୍ଡିଆପସି ଗ୍ରାମର ଉତ୍କଳ କଳାକୁଞ୍ଜ କ୍ଲବ ଦ୍ୱାରା ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ବହୁ ସଂଘର୍ଷ ପୂର୍ଣ୍ଣ ଓ ଉତ୍କଣ୍ଠାଭରା ସହିତ ସମାପନ ହୋଇଯାଇଛି।

ଫାଇନାଲ ମ୍ୟାଚ ଟି ଗିରିଧରପ୍ରସାଦ ଏକାଦଶ ଏବଂ ହିନ୍ଦୋଳ ଟାଉନ ଏକାଦଶ ମଧ୍ୟରେ ଖେଳ ହେଉଥିବାବେଳେ, ହିନ୍ଦୋଳ ଟାଉନ ଏକାଦଶ ଚମ୍ପିୟାନ ହୋଇଥିଲେ। ଖେଳକୁ ପରିଚାଳନା କରୁଥିଲେ ସୂର୍ଯ୍ୟକାନ୍ତ ମହାପାତ୍ର ଓ ସିଲୁ ଭୋଇ ସ୍କୋରର ଜୟନ୍ତ ବେହେରା ଥିବାବେଳେ ମିଷ୍ଟର ମାଲିଙ୍ଗା ଧାରାବିବରଣୀ ପ୍ରଦାନ କରୁଥିଲେ।

ଆଜିର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଢେଙ୍କାନାଳ ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ଥିବାବେଳେ ସଂମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ରାସୋଳ ସରପଞ୍ଚ ଦିବାକର ନାଏକ, ମାଧପୁର ସରପଞ୍ଚ ବୀଣାପାଣି ନାଏକ, ରାସୋଳ ବିଜେପି ମଣ୍ଡଳ ସଭାପତି ଲିଙ୍ଗରାଜ ସାହୁ, ମୁଣ୍ଡିଆପସି ଗ୍ରାମ୍ୟ ଉନ୍ନୟନ ସଭାପତି ଚିତ୍ତରଞ୍ଜନ ଉପାଧ୍ୟାୟ ସମ୍ପାଦକ ସୁବ୍ରତ ମହାପାତ୍ର, ପୂର୍ବତନ ସରପଞ୍ଚ ସଞ୍ଜୟ ଆଚାର୍ଯ୍ୟ, ସମାଜସେବୀ ସନ୍ତୋଷ ମହାରଣା, ଲାଲମୋହନ ଧର ଉପସ୍ଥିତରହି ଟ୍ରଫି ପ୍ରଦାନ କରିଥିଲେ

ଏବଂ କ୍ଲବ ସଦସ୍ୟ ଅଜିତ ପଣ୍ଡା, ଅଜୟ ଧର, ସୁକୁମାର ବିଶ୍ୱାଳ, ଅଭୟ ଧର ଓ ସୁପ୍ରଭାତ ମହାପାତ୍ର ଟୁର୍ନାମେଣ୍ଟର ସମସ୍ତ ଦାୟୀତ୍ୱକୁ ସୁଚାରୁରୂପେ ସହଯୋଗ କରିଥିଲେ ଏବଂ ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଦେଖିବାପାଇଁ ହଜାର ହଜାର ଦର୍ଶକଙ୍କର ଭିଡ଼ ଦେଖିବାକୁ ମିଳିଥିଲା।





