ତିନିଦିନିଆ ମହାରାଷ୍ଟ୍ର ଶୋକ ପାଳନ
ଏନସିପି ନେତା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେ ଏକ କାର୍ଯ୍ୟକ୍ରମ ପାଇଁ ସେଠାରେ ପହଞ୍ଚିଥିଲେ । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା କି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ମିଳିଥିବା ଭିଡିଓଗୁଡ଼ିକ ବିମାନରେ ନିଆଁ ଲାଗିଥିବା ଓ ଧୂଆଁ ବାହାରୁଥିବା ଦେଖାଯାଉଛି ।
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏହା ରିପୋର୍ଟ କରିଛି। ଅଜିତ ପାୱାରଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବୁଧବାର ସକାଳ ୮.୪୫ ରେ ମହାରାଷ୍ଟ୍ରର ବାରାମତିରେ ଏହି ଦୁର୍ଘଟଣା ଘଟିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ବାରାମତିରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସେହିପରି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ମୋହନ ମାଝୀ।ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାଓ୍ବାରଙ୍କ ଅକାଳ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦ ଘଟଣା। ଶ୍ରୀ ପାଓ୍ବାର ଏକ ପ୍ରମୁଖ ରାଜନେତା ତଥା ସମର୍ପିତ ଜନସେବକ ଥିଲେ । ଏହି ଗଭୀର ଦୁଃଖର ମୁହୂର୍ତ୍ତରେ, ମୁଁ ଶୋକସନ୍ତପ୍ତ ପରିବାର, ସହକର୍ମୀ ଏବଂ ମହାରାଷ୍ଟ୍ରର ଜନସାଧାରଣଙ୍କ ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଦିବଙ୍ଗତ ଆତ୍ମାକୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ।



