ଭଙ୍ଗାରୁଜା ପଥରରେ ମହବିଦ୍ୟାଳୟର ପାଚେରୀ ନିର୍ମାଣ, ବିନା ତଦାରଖରେ ବିଲ୍ କରିବାକୁ ମସୁଧା, ସ୍ଥାୟୀତ୍ବ ନେଇ ଉଠିଲା ପ୍ରଶ୍ନବାଚୀ ————————ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ମହାବିରୋଡ଼ ପଳାଶୁଣୀ ବିଶ୍ୱମହାବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ କରୁ ନ କରୁ ଦୁର୍ନୀତିରେ ଠିକାଦାର କରିବାକୁ ସରକାରୀ କର୍ମଚାରୀ ଆଗରେ କିନ୍ତୁ ଏହି ମହାବିଦ୍ୟାଳୟଟି ସବୁବେଳେ ଚର୍ଚ୍ଚାରେ ଥାଏ ।ପିଲାମାନଙ୍କ ଠାରୁ ଆଡମିଶନ, ଫର୍ମ ପୂରଣ ଆଦି କ୍ଷେତ୍ରରେ ଅତ୍ୟଧିକ ଟଙ୍କା ସଂଗ୍ରହ ଅଧ୍ୟାପକ ଅଧ୍ୟାପିକା ମାନେ କଲେଜକୁ ନିୟମିତ ନ ଆସି ବାହାରେ କୋଚିଂ ଦେବା ଆଦି ନେଇ ଛାତ୍ରଛ।ତ୍ରୀ ମାନେ ଏହି ନେଇ ଉପଜିଲ୍ଲାପାଳଙ୍କ ଠାରେ ମଧ୍ଯ ବହୁ ସମସ୍ୟା ନେଇ ଅଭିଯୋଗ କରିଥଲେ । ଆଉ ମଧ୍ଯ ଶିକ୍ଷା ସମୟ ଭିତରେ ଛାତ୍ର ଛାତ୍ରୀ ମାନଙ୍କର କ୍ଲାସ୍ ହେଉନଥିବାରୁ , ଆଉ କର୍ତ୍ତୃପକ୍ଷଙ୍କ ତଦାରଖ ନ ହେଉ ଥିବା କାରଣ ରୁ ହଟ ଜଙ୍ଗଲ ବଜାର ଆଦି ବାହାରେ ପିଲା। ମାନେ ବୁଲୁଛନ୍ତି। ଆଉ ଏଠି ଅଧ୍ୟାପକ ମାନେ ପାଠ ପଢେଇବେ କଣ କଲେଜ୍ ଠିକାଦ।ରି ପୁରା ବ୍ୟସ୍ତ । କଲେଜ୍ ପରିସର ଭିତରେ କର୍ମଚାରୀ ମାନେ କାର୍ଯ୍ୟ କରୁଥିବାରୁ ନିମ୍ନମାନର କାର୍ଯ୍ୟ ଯାହା ହେଲେ ବି କେହି ଦେଖିବାର ନାହିଁ , ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ଖେଳପଡିଆ ପାଇଁ ଦେଇଥିଲେ ମଧ୍ଯ କିଛି 60ରୁ 70 ଟ୍ରିପ୍ ମାଟି ଟ୍ରାକ୍ଟର ପକାଇ, କିଛି କାମ ନ କରି ବିଲ୍ କରିଦେଇଥିବାରୁ ସରକାରୀ କର୍ମଚାରୀଙ୍କ ଅସଲ ମୁଖା ଗ୍ରାମବାସୀଙ୍କ ନଜରରେ ପଡିଯାଇଥିଲା । ଅନୁରୂପ ଭାବେ ଜଙ୍ଗଲ ନିକଟ ବର୍ତ୍ତି କଲେଜ୍ ଥିବାରୁ ସରକାର ମଧ୍ଯ ଏକ ଡିଗ୍ରୀ କଲେଜ୍ ପାଚେରୀ ପାଇଁ 8 ଲକ୍ଷ୍ୟ ଟଙ୍କା ପାଈଁ ମଞ୍ଜୁର କଲେ, ପୁଣି ଠିକାଦାର ସାଜିଲେ ସରକାରୀ କର୍ମଚାରୀ । ଏଷ୍ଟିମେଟ୍ ଅନୁସାରେ ଜମା କାମ କରାଯାଇ ନାହଁ,। ଫାଉଣ୍ଡେସ ଟି ସମ୍ପୂର୍ଣ ଇଟା ରେ ଅଛି, କିନ୍ତୁ ସେଥିରେ ପୂର୍ବରୁ ଭାଙ୍ଗିଥିବା ଘରୁ ଭଙ୍ଗା ରୂଜା ପଥର । ତା ଉପରେ ଇଟା ଦେଇ ରଙ୍ଗ କରିଲେ ବାଉଁଣ୍ଡରି ମଧ୍ଯ ଚକା ଚକ୍ । ଯାହାକି ଏବେ ଏବେ ମଧ୍ୟ ପାଚେରୀ ଗୋଟେ ଅପର ପାର୍ଶ୍ଵ ରେ ତଳେ ପଡ଼ିଛି । ଏନେଇ ଆମ ପ୍ରତିନିଧି ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ମାମିନା ନାଏକ କୁ ବାରମ୍ବାର ଯୋଗାଯୋଗ କରିଥଲେ ମଧ୍ୟ ସେ ଫୋନ ଉଠାଇ ନାହାନ୍ତି । ଦେଖାଯାଉ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କେବେ ହେବ ଦେଖିବାକୁ ବାକି ରହିଲା



