ଚହକା ଗ୍ରାମସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

ଧର୍ମଗଡ଼ (କାଗ୍ରତ ଭାରତ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚହକା ଗ୍ରାମସ୍ଥିତସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ସହ ଏକତ୍ରି କରଣ ସମର୍ପଣ ଦିବସ ବହୁ ଆଡ଼ମ୍ବ ସହକାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ମା’ ବାଗ ଦେବୀ ସରସ୍ଵତୀଙ୍କ ଫୋଟ ଚ଼ିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବରୁ ବନ୍ଦନା ଗାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଶିକ୍ଷା ଆମଉନ୍ନତିର ମୂଳ ଚ଼ାବିକାଠି ଏଣୁ ସମସ୍ତେ ଗୁରୁଙ୍କଠାରୁ ବିଦ୍ୟା ଅଧ୍ୟୟନକ ସୁନାଗରିକ ହେବା ସହ ଅଞ୍ଚଳରବିକାଶର ସାଥି ହେବା, ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରାଥି ତଥା ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ଶ୍ରୀ ମନୋଜ ମେହେର , ଚହକା ପଞ୍ଚାୟତ ସରପଞ୍ଚ ହେମବନ୍ତି ବାଗ , ବିଜେପି କେଗାଁ ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ , ପୂର୍ବତନ ସ୍ଥାନୀୟ ସରପଞ୍ଚ ଦନାର ବାଗ ,ସାମାଜିକ କର୍ମୀ ଶ୍ୟାମ ସୁନ୍ଦର ଅଗ୍ରୱାଲ , ବିଜେପି କେଗାଁ ମଣ୍ଡଳ ସାଧାରଣ ସମ୍ପାଦକ ଜୟନ୍ତ କୁମାର ସିଂ ଓ ମନୋଜ ଅଗ୍ରୱାଲ,ପୂର୍ବତନ ଶିକ୍ଷକ କୃଷ୍ଣଚନ୍ଦ୍ର ବିଶ୍ଵାଳ , ଶିଶୁ ବିଦ୍ୟା ମନ୍ଦିରର ସଭାପତି ବିଭୂତି ଭୂଷଣ ବିଶ୍ଵାଳ ,ଶିଶୁ ବିଦ୍ୟା ମନ୍ଦିରର ଉପସଭାପତି ଦୁଲମଣି ପଟେଲ ପରିଚାଳନା କମିଟିର ମୁଖ୍ୟ ହେମନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ପ୍ରଧାନ ଆଚାର୍ଯ୍ୟ ଅତୁଲ୍ୟ ନାୟକ । ସଭାକାର୍ଯ୍ୟ ପରେ ପରେ ଅତିଥିମାନଙ୍କ ଙ୍କ ଦ୍ଵାରା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏଥିସହ କୁନିକୁନି ଛାତ୍ରଛାତ୍ରୀମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ଧର୍ମଗଡ଼ ରୁ ଧବଳେଶ୍ଵର ରଣାଙ୍କ ସହ ଭବାନୀପାଟଣାରୁ ନାରାୟଣ ନାୟକଙ୍କ ରିପୋର୍ଟ



