ରାଉରକେଲା: ନୂଆ ବ୍ରାହ୍ମଣୀ ପୋଲ ଉପରେ ଜଳିଗଲା ଦୁର୍ଘଟଣାଗ୍ରସ୍ତ ହାଇୱା। ଆଜି ଅପରାହ୍ନ ପ୍ରାୟ ଦେଢଟା ବେଳେ ବେଦବ୍ୟାସରୁ ରାଉରକେଲା ଆସୁଥିବା ଚିପ୍ସ ବୋଝେଇ ହାଇୱା ନିୟନ୍ତ୍ରଣ ହରାଇ ବ୍ରାହ୍ଣଣୀ ପୋଲ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ପରେ ଗାଡିରେ ନିଆଁ ଲାଗିଯାଇଥିଲା । ସୂଚନା ପାଇବା ପରେ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ଆୟତ୍ତ କରିଥିଲେ ଡ୍ରାଇଭର ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ।
ବ୍ରାହ୍ମଣୀ ତରଙ୍ଗ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ଘଟଣାର ତଦନ୍ତ ଚଳାଇଛି ।



