କାଙ୍କଡପାଳ ଗ୍ରାମରେ ୨୦ତମ ବାର୍ଷିକ ନାମଯଜ୍ଞ

ଢେଙ୍କାନାଳ, ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ପୁରୁଣାସାହିରେ ୨୦ତମ ବାର୍ଷିକ ନାମଯଜ୍ଞ ଗତ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ ହେଉଅଛି । ଅଦ୍ୟ ନାମଯଜ୍ଞରେ ଉତ୍ସବରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ତାଙ୍କ ସହିତ ବିଜେପି ଗୋବିନ୍ଦପୁର ମଣ୍ଡଳ ସଭାପତି ରଞ୍ଜିତ୍ ଭିଶାଲ୍ ଓ ଅନ୍ୟ କର୍ମକର୍ତାମାନେ ଯୋଗଦେଇଥିଲେ । ଗତକାଲି ୭ତାରିଖରେ କଳସ ଯାତ୍ରା ସହିତ ଅବାସ ପୂଜା ଅନୁଷ୍ଠିତ ହୋଇଥିଲା । ଅଦ୍ୟ ନାମଯଜ୍ଞରେ ଆଖପାଖ ଅଂଚଳର ସଂକୀର୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ସଂଧ୍ୟାରେ ଆଳତି ଓ ବିଭିନ୍ନ ଭୋଗ ଲାଗି କରାଯିବା ପରେ ଭକ୍ତମାନେ ପ୍ରସାଦନ ସେବନ ପାଇଥିଲେ । ଆସନ୍ତା ୯ ତାରିଖରେ ନଗରଭ୍ରମଣ ଓ ବୈଠକ କୀର୍ତନ ଅନୁଷ୍ଠିତ ହେବ । ପୂଜକ ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜାକୁ ସମ୍ପାଦନ କରୁଥିବାବେଳେ ସଭାପତି କୈଳାସ ଚନ୍ଦ୍ର ସାହୁ, ସଂପାଦକ ପୁରୁଷୋତମ ଦାସ, ସଦସ୍ୟ ବିଚିତ୍ରାନନ୍ଦ ଦାସ, ଦୁର୍ଯ୍ୟୋଧନ ସାହୁ, ପ୍ରମୋଦ ପଣ୍ଡା, ବିଶ୍ବଜିତ୍ ସାହୁ, ବାପୁନା ଦାସ ଓ ଗିରିଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସହିତ କାଙ୍କଡପାଳ ପୁରୁଣାସାହିର ଅଧୁବାସୀମାନେ ସହଯୋଗ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


