କୁଞ୍ଜକାନ୍ତ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ପୂର୍ଣାହୁତି
ଢେଙ୍କାନାଳ, ୧୦/୨ – ୩୯ତମ କୁଞ୍ଜକାନ୍ତ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ଫେବୃଆରୀ ମାସ ୩ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଅଦ୍ୟ ମଙ୍ଗଳବାର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ପ୍ରବକ୍ତା ପଣ୍ଡିତ ବିପିନି ବିହାରୀ ଶତପଥୀ ପ୍ରବଚନ ଦେବେ । ରାତ୍ର ୮ ଘଟିକାରେ ହରିହାଟରେ ପ୍ରସାଦସେବନ ଅନୁଷ୍ଠିତ ହୋଇଯାଇଅଛି । ମୂଖ୍ୟ ପୂଜକ ଗଗନ ବିହାରୀ ଶତପଥୀ, ସହଯୋଗୀ ପୂଜକ ଗଣେଶ ଶତପଥୀ, ହୃଦାନନ୍ଦ ଦ୍ବିବେଦୀ, ଅମୀୟ ତ୍ରିପାଠୀ ଓ ସୁବ୍ରତ ପଣ୍ଡା ଓ କର୍ତା କେଦାର ନାଥ ଜେନା ପ୍ରମୁଖ ସମସ୍ତ ପୂଜା ଓ ଯଜ୍ଞ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ସଭାପତି ନବ କିଶୋର ବିଶ୍ବାଳ, ଉପ-ସଭାପତି ଶରତ କୁମାର ଦାସ, ସଂପାଦକ ସର୍ବେଶ୍ବର ବିଶ୍ଵାଳ, କୋଷାଧ୍ୟକ୍ଷ ଉମେଶ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ଅପର୍ତି ନାୟକ, ଶ୍ୟାମସୁନ୍ଦର ରଣା, ଭବାନୀ ଶଙ୍କର ତ୍ରିପାଠୀ ଓ ବିଭୁତି ଭୂଷଣ ମହାପାତ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସହଯୋଗ କରିଥିଲେ ।



