ତାଳଚେରରେ କୋଇଲା ପରିବହନରୁ ବାୟୁ ପ୍ରଦୁଷଣ | ଜବାବ୍ ମାଗିଲେ ଏନ୍ଜିଟି

ତାଳଚେର- ତାଳଚେରର ବାୟୁର ଗୁଣବତ୍ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ସ୍କେଚାସେବୀ ରାଜ୍ କିଶୋର ସାହୁ। କେବଳ ତାଳଚେରରେ ଚଳିତ ଆର୍ଥିକ ବର୍ଷରେ ମହାନଦୀ କୋଲ୍ ଲିମିଟେଡ୍ ବାର୍ଷିକ ୧୨୫ ନିୟୁତ ଟନ୍ କୋଇଲା ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ତାଳଚେରକୋଇଲା କ୍ଷେତ୍ର ୫୦୦ ବର୍ଗ କିମି ଅଞ୍ଚଳରେ ପରିବ୍ୟାପ୍ତ ଓ ଏହା ଦେଶର ସବୁଠାରୁ ବୃହତ୍ କୋଇଲା ଭଣ୍ଡାର ଅଟେ। ଗତ ୨୨ ଜାନୁଆରୀ ୨୦୨୫ ତାରିଖରେ ତାଳଚେରର AQ| ୩୧୨ ପଏଣ୍ଟ ଥିଲା ବେଳେ ତାହା ଭାରତର ଦ୍ୱିତୀୟ ସର୍ବୋଚ୍ଚପ୍ରଦୁଷିତ ସହର ମାନ୍ୟତା ଥିଲା PM 10 ମାତ୍ରାଧିକ ପ୍ରଦୁଷଣ ପାଇଁ ୨୦୧୮ ମସିହାରୁ ନନ୍ ଆଟେନମେଣ୍ଟ ସିଟି ଭାବେ ସିପିସିବି ମାନ୍ୟତା ହାସଲ କରିଛି । ଏଭଳି ପରିସ୍ଥିତିରେ କୋଇଲା ଖଣିରୁ ପରିବାହନ ହେଉଥିବା କୋଇଲା ରେକ୍ ଓ ଗାଡିକୁ ପIଲ ଟାଣି ତାଙ୍କି ନେବାର ବ୍ୟବସ୍ଥା ଥିଲାବେଳେ ତାହାକୁ ଅନୁପାଳନ କରାଯାଉ ନାହିଁ। ଯାହାକୁ ଭିତ୍ତିକରି ଆବେଦନକାରୀ ଏନଜିଟି ଙ୍କ ଦ୍ୱାରସ୍ତ ହୋଇଛନ୍ତି।ମାମଲାର ଗୁରୁତ୍ୱକୁ ବିଚାରକୁ ନେଇ ମାନ୍ୟବର ଅଦାଲତ ୧୬ ତାରିଖରେ ସମସ୍ତ ପକ୍ଷକୁ ଜବାବ୍ ତଲବ କରିଛନ୍ତି। ପରବର୍ତ୍ତୀ ତାରୀଖ ୧୬ ଅପ୍ରେଲ କୁ ଧାର୍ଯ୍ୟ କରାଯାଇଛି। ଏମ ସିଏଲ୍, ଓଡିସା ରାଜ୍ୟ ସରକାର, ସିପସିବି, ଅନୁଗୁଳ୍ ଜିଲ୍ଲାପାଳ, ପୂର୍ବତଟ ରେଳପଥ, ପ୍ରଦଷଣ ନିୟନ୍ତ୍ରଣ ବୋର୍ଡ ଙ୍କୁ ପକ୍ଷଭୁକ୍ତ କରାଯାଇଛି।




