ବଲାଣି ଥାନା ଅନ୍ତର୍ଗତରେ ଉତ୍ତେଜନା ସ୍ଥାନୀୟ ବାସିନ୍ଦା ମାନଙ୍କ ଦ୍ବାରା ଥାନା ଘେରାଉ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। କୌଣସି ନା କୌଣସି କାରଣରୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ଓ ଉତ୍ତେଜନା ଦେଖାଯାଉଛି। ସେହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ବଲାଣି ଥାନା ଅନ୍ତର୍ଗତ ରେ। ଏଠାରେ ପରିବହନ କାର୍ଯ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଥିବା ନେଇ ସୂଚନା। କିଛି ଯୁବକ ସ୍ଥାନୀୟ ମହିଳା ମାନଙ୍କ ସହ ଅସଦାଚରଣ କରିବା ସହ ସ୍ଥାନୀୟ ଲୋକଙ୍କ ସହ ମାରପିଟ୍ କରିଥିବା ଅଭିଯୋଗ ହୁଏ। ଯାହାକୁ ନେଇ ଅଞ୍ଚଳ ବାସିନ୍ଦା ମାନେ ବଲାଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏହିଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରି ଥାନା ଘେରାଉ କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



