ଦୁଇହାଇୱା ମଧ୍ୟରେ ମୂହାମୁହିଁ ଦୁର୍ଘଟଣା, ଜଣେ ଚାଳକ ମୃତ ଆଉଜଣେ ଗୁରୁତର ଆହତ।

ମର୍ମଦୂନ୍ତ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବାମେବାରୀ ଥାନା ଅନ୍ତର୍ଗତ ବମେବାରୀ ନିକଟରେ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣା। ବେପରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା। ଦୁଇଟି ହାଇୱା ମଧ୍ୟରେ ମୁହାମୁହିଁ ଦୁର୍ଘଟଣା ଫଳରେ ଜଣେ ଚାଳକ ମୃତ ହୋଇଥିବା ବେଳେ ଆଉଜଣେ ଚାଳକ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ଗୁରୁତର ଆହତ ଚାଳକକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଉଭୟ ହାଇୱା ଗାଡିର ସମ୍ମୁଖ ଭାଗ ଭାଙ୍ଗି ଚୂର୍ମାର୍ ହୋଇଯାଇଥିବା ଦେଖିବାକୁ ମିଳିଛି। ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାମେବାରି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଦୁଇ ହାଇୱା କୁ ଜବତ୍ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



