ବଡ଼ବିଲ ସାଧୁସିଂହାଟିଂ ସ୍ଥିତ ମା ତାରିଣୀ ମନ୍ଦିରର ଚତୁର୍ଥତମ ବାର୍ଷିକଉତ୍ସବ ଅନୁଷ୍ଠିତ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର ସାଧୁଶିଂ ହାଟ୍ଟିଂ ସ୍ଥିତ ମାଆ ତାରିଣୀଙ୍କ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର ବଡ଼ବିଲ ସାଧୁସିଂ ହାଟିଂ ସ୍ଥିତ ମାଆ ତାରିଣୀଙ୍କ ମନ୍ଦିରର ଚତୁର୍ଥତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ମାଆ ଭଉଣୀ ମାନେ ମାଆ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ମନ୍ଦୀର ପ୍ରାଙ୍ଗଣରୁ କଳସଧରି ପଦଯାତ୍ରାରେ ଯାଇ ବଙ୍ଗଳା ଛକ ନିକଟରେ ଥିବା ଜଳାଶୟ ରୁ ପୂଜାର୍ଚ୍ଚନା କରିବା ପରେ କଳସୀରେ ଜଳ ଧରି ପଦଯାତ୍ରାରେ ଆସି ମନ୍ଦୀର ପ୍ରାଙ୍ଗଣରେ ପହଞ୍ଚି କଳସ ସ୍ଥାପନ ପରେ ପୂଜାର୍ଚ୍ଚନା ହୋମଯଜ୍ଞ କରାଯିବା ସହ ପ୍ରାୟ ସନ୍ଧ୍ୟା ଛଅ ଘଟିକା ସମୟରେ ଯଜ୍ଞ ପୂର୍ଣ୍ଣାହୁତି କରଯାଇଥିଲା ଏବଂ ପରେ ଶତାଧିକ ସଂଖ୍ୟାରେ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



