ଶ୍ରୀ ଦୋଳ ଗୋବିନ୍ଦ ଜୀଉ ଙ୍କ ଦୋଳ ମହୋତ୍ସବ
ବଅଁରପାଳ,୦୨/୦୩ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ଶ୍ରୀ ଦୋଳ ଗୋବିନ୍ଦ ଜୀଉ ବିଯେ ଟ୍ରଷ୍ଟ ବୋର୍ଡ ଓ ବଳରାମପ୍ରସାଦ ଗୋପାଳ ସମାଜ ପକ୍ଷରୁ ଶ୍ରୀ ଦୋଳ ଗୋବିନ୍ଦ ଜୀଉଙ୍କ ଦୋଳ ମହୋତ୍ସବ ମହାଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଫଗୁଦଶମୀରେ ଗୋପାଳ ସମାଜର ବଡ଼ ବେହେରା ଙ୍କ ନିର୍ଦ୍ଦେଶ ଅନୁସାରେ ରାଧାକୃଷ୍ଣଙ୍କୁ ବିମାନରେ ଧରି ଗ୍ରାମର ସମସ୍ତ ଘର ଘରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଖିର ଲବଣୀ ସର ଖାଇଥିଲେ। ଭିନ୍ନ ପ୍ରକାରର ମେଢ଼ ସାଙ୍ଗକୁ ଗୋପାଳ ମାନଙ୍କର ଲଉଡି ଖେଳ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଳରାମପ୍ରସାଦ ଗ୍ରାମର ଗ୍ରାମବାସୀମାନେ ଶ୍ରୀ ଦୋଳ ଗୋବିନ୍ଦ ଜୀଉ ବିଯେ ବଳରାମପ୍ରସାଦ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଶ୍ରୀ ଭରତ ଚନ୍ଦ୍ର ରାଉତ ଓ ଗୋପାଳ ସମାଜର ସମସ୍ତ ବେହେରା ଏବଂ ସଦସ୍ୟଙ୍କୁ ବହୁ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ଗୋପାଳ ମାନଙ୍କର ବଡ଼ ବେହେରା ଶିବରାମ ରାଉତ, ଚନ୍ଦ୍ର ମଣି ରାଉତ,କେଶବ ରାଉତ,ପ୍ରଫୁଲ୍ଲ ବେହେରା,ଦୁଃଖବନ୍ଧୁ ରାଉତ,ଅରୁଣ ବେହେରା,ପଞ୍ଚୁ ରାଉତ, ବସନ୍ତ ବେହେରା,ଶିବରାମ ଦାସ,ଗୋବିନ୍ଦ ରାଉତ,ବରୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଜିତ କୁମାର ଧର, ସମ୍ମାନୀତ ଅତିଥିଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଅନିଲ କୁମାର ମହାନ୍ତି,ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ଭଗବାନ ଭୋଇ ନାଲକୋ ବଅଁରପାଳ ସାମ୍ବାଦିକ ସଂଘର ସମ୍ପାଦକ ସନ୍ତୋଷ କୁମାର ମିଶ୍ର,ନାଲକୋ ଆଦର୍ଶ ଥାନା ଅଧିକାରୀଣି ନମିତା ନାୟକ ପ୍ରମୁଖ ଶ୍ରୀ ଦୋଳଗୋବିନ୍ଦ ଙ୍କ ଦୋଳ ମହୋତ୍ସବ ରେ ସାମିଲ୍ ହୋଇ ଖୁସି ପ୍ରକଟ କରିଥିଲେ । ସାନ୍ତି ଶୃଙ୍ଖଳା କୁ ଦୃଷ୍ଟିରେ ରଖି ନାଲକୋ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।



