ଇଂରାଜୀ ପ୍ରାଧ୍ୟାପକ ବିଶ୍ୱଜିତ କୁମାର ହୋତାଙ୍କ ଅଧ୍ୟକ୍ଷ ପଦକୁ ପଦୋନ୍ନତି

ଭଟଲି (ଅଭିମନ୍ୟୁ ପଧାନ):- ଇଂରାଜୀ ପ୍ରାଧ୍ୟାପକ ବିଶ୍ୱଜିତ କୁମାର ହୋତାଙ୍କ ପଟେଲ ଭେଷଜ ମହାବିଦ୍ୟାଳୟ, ଡୁଡୁକା ସୁନ୍ଦରଗଡ଼କୁ ଅଧ୍ୟକ୍ଷ ପଦରେ ପଦୋନ୍ନତି ହେବା ପରେ ଦଧିବାମନ ମହାବିଦ୍ୟାଳୟ ଭଟଲି ତରଫରୁ ଅଧ୍ୟକ୍ଷ ସରୋଜ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବିଦାୟ କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ପ୍ରାଧ୍ୟାପକ ବିଶ୍ୱଜିତ କୁମାର ହୋତା ଦୀର୍ଘ ୩୫ ବର୍ଷ ଧରି ଦଧିବାମନ ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତ ଥିଲେ। କେବଳ ଅଧ୍ୟାପନା ନୁହେଁ ଜଣେ ଦକ୍ଷ ପ୍ରଶାସକ ତଥା ମାର୍ଜିତ ବ୍ୟକ୍ତିତ୍ୱ ଭାବରେ ମହାବିଦ୍ୟାଳୟର ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନା କରିଆସିଛନ୍ତି। ଅବସରର ପ୍ରାପ୍ତ ପୂର୍ବତନ ରାଜନୀତି ବିଭାଗର ପ୍ରାଧ୍ୟାପକ ଶ୍ୟାମଲାଲ ନାୟକ ସଭାରେ ଯୋଗଦାନ କରି ନିଜର ଆବେଗିକ ସମ୍ପର୍କକୁ ବ୍ୟକ୍ତ କରିଥିଲେ ମହାବିଦ୍ୟାଳୟର ପ୍ରତ୍ୟେକ କର୍ମ କର୍ତ୍ତା ନିଜର ବକ୍ତବ୍ୟରେ ପ୍ରାଧ୍ୟାପକଙ୍କ ମହାବିଦ୍ୟାଳୟ ପ୍ରତି ଅବଦାନ ଓ ଅତ୍ମୀୟତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହା ସହିତ ସଂସ୍କୃତ ଅଧ୍ୟାପକ ରାଜୀବ ସାହୁ, ପ୍ରାଧ୍ୟାପକ ଚୂଡ଼ାମଣି ରଥ, ରବିନାରାୟଣ ପଣ୍ଡା, ଜୟନ୍ତୀ ସାହୁ, ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଅଧ୍ୟାପକ ଦୀପକ ପତି ସଭା ପରିଚାଳନା କରିଥିବା ବେଳେ ପରିଶେଷରେ ଅଧ୍ୟାପିକା ରାଜଶ୍ରୀ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।




