ଯୋଡ଼ାଥାନା ଅନ୍ତର୍ଗତରେ ବାଇକ୍ ଆରୋହୀଙ୍କୁ ମାରିଦେଲା ହାଇୱା।
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ମୋଟର ସାଇକେଲ ଆରୋହୀଙ୍କ ହାଇୱା ଧକ୍କାରେ ମୃତ୍ୟୁ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଯୋଡାଥାନା ଅନ୍ତର୍ଗତ ଯୋଡାଠାରୁ ବାମେବାରୀ ଯାଇଥିବା ରାସ୍ତା ବାଂଶପାଣି ଛକ ନିକଟରେ OD- 09P – 2865 ନମ୍ବର୍ ବିଶିଷ୍ଟ ଏକ ହାଇୱା ଟ୍ରକ ଯାଉଥିବା ବେଳେ ରାସ୍ତାର ବାମପାର୍ଶ୍ଵରେ ଏକ ବାଇକ୍ ଆରୋହୀ ଯାଉଥିଲେ ଟ୍ରକଟି ତାଙ୍କୁ ଧକ୍କା ଦେଇ ଘୋଷାରି ନେଇ ଯାଇଥିଲା, ଯାହାଫଳରେ ବାଇକ୍ ଆରହୀ ଟ୍ରକ ଚକା ତଳେ ଚାପିହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ନେଇ ସୂଚନା । ଖବର ପାଇ ଯୋଡ଼ା ପୋଲିସ ଓ ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା କସରତ କରି ଟ୍ରକ ତଳୁ ମୃତ ବ୍ୟକ୍ତିକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ନେଇ ସୂଚନା। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକ୍ ଚାଳକ ଚମ୍ପଟ ହୋଇଯାଇଛି, ଯୋଡ଼ା ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ୍ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ଯୋଡ଼ା ପୋଲିସ୍।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


