ଗଛରେ ପିଟିହେଲା ମୋଟର ସାଇକେଲ, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ, ମୋଟର ସାଇକେଲ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ବାସୁଦେବପୁର କନ୍ୟାଶ୍ରମ ନିକଟରେ ବାଇକ ଦୁର୍ଘଟଣାରେ ଯୁବକ ମୃତ୍ୟୁ । ସୂଚନା ଅନୁଯାୟୀ ସାତହଳିଆ ଗ୍ରାମର ସଚ୍ଚିଦାନନ୍ଦ ନାଏକ ଯୋଡ଼ା ଥାନା ଅନ୍ତର୍ଗତ ଦେଉଝର ଗ୍ରାମରେଥିବା ନିଜ ସମ୍ପର୍କୀୟ ଘରୁ ବାହାଘର କାର୍ଯ୍ୟକ୍ରମ ସାରି ଏକ ମୋଟରସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ବାସୁଦେବପୁର କନ୍ୟାଶ୍ରମ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଟି ଏକ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ସେ ମୃତ୍ୟୁବରଣ କରିଥିବା ନେଇ ସୂଚନା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ଏବଂ ମୃତଦେହକୁ ଜବତ୍ କରି ବ୍ୟବଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


