
ଜିନ୍ଦଲ ଷ୍ଟିଲ ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ
-ସୁଦୃଢ଼ ଓ ସୁରକ୍ଷିତ କର୍ମସଂସ୍କୃତିକୁ ସର୍ବାଧିକ ଗୁରୁତ୍ୱ
ଅନୁଗୁଳ,ମାର୍ଚ୍ଚ ୧୨, ୨୦୨୬ – ଜିନ୍ଦଲ ଷ୍ଟିଲ ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହ ବେଶ ଉତ୍ସାହର ସହ ପାଳିତ ହୋଇଯାଇଛି। “ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ, କର୍ମଚାରୀଙ୍କୁ ଯୋଡ଼ନ୍ତୁ, ପ୍ରଶିକ୍ଷିତ କରାନ୍ତୁ ଓ ସଶକ୍ତ କରନ୍ତୁ’ ଏହାରି ଆଧାରରେ ଚଳିତ ବର୍ଷର ସୁରକ୍ଷା ସପ୍ତାହ ପାଳିତ ହୋଇଥିବା ବେଳେ ଜିନ୍ଦଲ ଷ୍ଟିଲରେ କିପରି ସୁରକ୍ଷିତ କର୍ମକ୍ଷେତ୍ର ଓ କର୍ମ ସଂସ୍କୃତି କିପରି ବଜାୟ ରହିବ ତା’ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।
ଜିନ୍ଦଲ ନଗରର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଡିଭିଜନର କାରଖାନା ଏବଂ ବଏଲର୍ସର ଉପନିର୍ଦ୍ଦେଶକ ଡକ୍ଟର ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ଜିନ୍ଦଲ ଷ୍ଟିଲର ସୁରକ୍ଷିତ କର୍ମସଂସ୍କୃତିକୁ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିନ୍ଦଲ ଷ୍ଟିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ପି.କେ. ବିଜୁ ନାୟାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆଇରନ୍ ଜୋନ୍) ଶ୍ରୀଯୁକ୍ତ ଦାମୋଦର ମିତ୍ତଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସଏମଏସ୍ ଓ ମିଲ୍ସ) ଶ୍ରୀଯୁକ୍ତ ହୃଦୟେଶ୍ୱର ଝା, ଏଭିପି – ମୁଖ୍ୟ ସୁରକ୍ଷା ଏବଂ ଇଏମଡି; ଶ୍ରୀଯୁକ୍ତ ଜିତେନ୍ଦ୍ର ପରିଡା ଏବଂ ଯୋଗ ଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ପ୍ଲାଣ୍ଟର ସମସ୍ତ ବିଭାଗ ମୁଖ୍ୟ, କର୍ମଚାରୀ ଏବଂ ବ୍ୟାବସାୟିକ ସହଯୋଗୀ ଉତ୍ସାହର ସହିତ ଯୋଗ ଦେଇଥିଲେ।
ଏହି ଅବସରରେ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶ ଶ୍ରୀ ପିକେ ବିଜୁ ନାୟାର କହିଥିଲେ, ଜିନ୍ଦଲ ଷ୍ଟିଲ ପାଖରେ ବିଶ୍ୱସ୍ତରୀୟ ଉପକରଣ ଓ ସମ୍ବଳ ରହିଛି। ତେଣୁ ସମସ୍ତଙ୍କୁ କାର୍ଯ୍ୟ ମାଧ୍ୟମରେ ନିଜର ପ୍ରତିବଦ୍ଧତା ପ୍ରମାଣିତ କରିବାକୁ ପଡ଼ିବ। ସୁରକ୍ଷା କ୍ଷେତ୍ରରେ କୌଣିସି ପରିସ୍ଥିତିରେ ସାଲିସ କରାଯିବା ଉଚିତ ନୁହେଁ ଏବଂ ଆମେ ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ପ୍ରତିଷ୍ଠା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଉଚିତ।
ସୁରକ୍ଷା ଅଭ୍ୟାସ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ପଥପ୍ରାନ୍ତ ନାଟକ, ସୁରକ୍ଷା ରଥ ପରିକ୍ରମା, ସୁରକ୍ଷା ଆଲୋଚନା, ସୁରକ୍ଷା ସଚେତନତା ଷ୍ଟଲ୍ ସ୍ଥାପନ ସହ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଆୟୋଜିତ ପ୍ରତିଯୋଗିତାରେ ବିଜୟୀ କର୍ମଚାରୀ ଓ କର୍ମବୀରମାନଙ୍କୁ ପୁରସ୍କୃତ ପୁରସ୍କୃତ କରାଯାଇଥିଲା
ଶ୍ରୀ ଭୂମି ପାୱାର ପ୍ଲାଣ୍ଟ (ଏସବିପିପି)ରେ ମଧ୍ୟ ବେଶ ଉତ୍ସାହର ସହ ସୁରକ୍ଷା ସପ୍ତାହ ପାଳନ ପାଳନ କରାଯାଇଥିଲା।




