ଦୁଇମୃତ ବାରହାକୁ ଉଦ୍ଧାର କରିଛି ବନବିଭାଗ,କୌଣସି ଗାଡ଼ିଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଦୁଇ ମୃତ ବାରାହ ଉଦ୍ଧାର କରିଛି ବନବିଭାଗ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ୨୦ନମ୍ବର ଜାତୀୟ ରାଜପଥ କାଞ୍ଚନପୁର ନିକଟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ଅଜଣା ଗାଡ଼ି ଧକ୍କାରେ ଦୁଇଟି ବାରହାଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା। ଏହି ରାଜପଥରେ ଖଣିଅଞ୍ଚଳରୁ ପ୍ରାୟ ସବୁସମୟରେ ଲୁହାପଥର ବୋଝେଇ ଭାରିଯାନ୍ ଯିବା ଆସିବା ହେଉ ଥିବାରୁ ଗତକାଲି ମଧ୍ୟରାତ୍ରୀରେ କୌଣସି ଅଜଣା ଗାଡ଼ିଧକ୍କାରେ ଦୁଇ ମାଈ ବାରହାଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି। । ତେବେ ବନ ବିଭାଗ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ବାରାହା ଦୁଇଟିକୁ ଉଦ୍ଧାର କରି ଚମ୍ପୁଆ ରେଞ କାର୍ଯ୍ୟାଳୟକୁ ନେଇ ଆସିଛନ୍ତି । ମୃତ ବାରାହା ଦୁଇଟିକୁ କାର୍ଯ୍ୟାଳୟ ପରିସରରେ ପୋତା ଯିବ ବୋଲି ଚମ୍ପୁଆ ରେଞ୍ଜ ଅଧିକାରୀଙ୍କ ପକ୍ଷରୁ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



