ରେଙ୍ଗସା ପାଲି ଗ୍ରାମପଞ୍ଚାୟତ ଦୁର୍ନୀତିର ଗନ୍ତାଘର, ସ୍ତ୍ରୀ ସରପଞ୍ଚ ସ୍ୱାମୀ ଠିକାଦାର

କଳାହାଣ୍ଡ ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଲି ଗ୍ରାମପଞ୍ଚାୟତ ଦୁର୍ନୀତିର ଗନ୍ତାଘର ପାଇଟିଛି,ପଞ୍ଚାୟତର ବିକାଶ ନିମନ୍ତେ ସରକାରଙ୍କ ଦ୍ଵାରା ବହୁ ଅର୍ଥ ପ୍ରଦାନ କରାଯାଉଛି। ଭାତହାଣ୍ଡି ରୁ ଗୋଟାଏ ଭାତ ଚିପଲେ ଜଣାପଡ଼େ ଯେପରି ଏହି ରେଙ୍ଗସା ପାଳି ପଞ୍ଚାୟତରେ କିପରି ସରକାରୀ ଅର୍ଥକୁ ବାଟ ମାରଣା କରାଯାଉଛି ଗୋଟିଏ କାମରୁ ଜଣା ପଡିଛି ସରକାରୀ ଅର୍ଥ କିପରି ବାଟମାରଣା କରାଯାଉଛି।

ଏ ସଂପର୍କରେ ଖବର ସଂଗ୍ରହ କରିବାରୁ ଜଣାଯାଏ ଯେ ଏହି ପଞ୍ଚାୟ ପଦବୀ ମହିଳାଙ୍କ ପାଇଁ ଅଟେ ବର୍ତ୍ତମାନ ମଧ୍ୟ ଜଣେ ମହିଳା ଯାହାଙ୍କର ନାମ ରଜନୀ ବୁଧିଆ ସରପଞ୍ଚ ଅଛନ୍ତି ହେଲେ ସେ ନାମକୁ ମାତ୍ର ପଞ୍ଚାୟତରେ ସରକାରଙ୍କ ନିୟମକୁ ଖୋଲାଖୋଲ ଫୁ କରିଦେଇଛନ୍ତି।ସ୍ତ୍ରୀଙ୍କ ସରପଞ୍ଚ ପଦବୀର ସବୁ ପାବାର ତାଙ୍କ ସ୍ୱାମୀ ତୁଲାଉଛନ୍ତି।

କିନ୍ତୁ ସରକାର ନିୟମ ପ୍ରଣୟନ କରିଛନ୍ତି ସ୍ତ୍ରୀ ସରପଞ୍ଚ ଅଛନ୍ତି ସ୍ୱାମୀ ତାଙ୍କ ପାବାର କୁ ବିନିଯୋଗ କରିପାରିବେ ନାହିଁ। ହେଲେ ରେଙ୍ଗ ସା ପାଳି ପଞ୍ଚାୟତରେ ସ୍ତ୍ରୀ ସରପଞ୍ଚ ସ୍ୱାମୀ ପାଳଟୁଛନ୍ତି ସରପଞ୍ଚ ଗ୍ରାମ ର ଯେଉଁଠି କାମ ହୁଏ ସେଠି ସରପଞ୍ଚଙ୍କ ସ୍ୱାମୀ ହାଜର ହୋଇଥାନ୍ତି ଠିକାଦାର ସାଜି ଲୋକେ କହିଲେ ଖୋଲାଖୋଲି କୁହନ୍ତି ତୁମେ ପାରିବ ନାହିଁ ମୋ ସ୍ତ୍ରୀ ସରପଞ୍ଚ ଏଣୁ ବିଳି ଉଠାଣରେ ମୋର ଅସୁବିଧା ନାହିଁ ବିଡ଼ିଓ ମୋ ହାତରେଏଣୁ ମୁଁ କାହାକୁ ଡ଼ରେ ନାହିଁ ଏହା ଯଦି ସତ୍ୟ ହୁଏ ତାହା ହେଲେ ସାଘାତିକ ଏହାରି ଉଚସ୍ତରୀୟ ତଦନ୍ତ ହେବାକଥା |

କଥାରେ ସତ୍ୟଥାଇ ପାରେ ବୋଲି ମଧ୍ୟ ଅନୁଭବ ହେଉଛ, ଏହାର ଉଦାହରଣ ସ୍ୱରୂପ କାର୍ଲ ଗ୍ରାମଠାରେ ଏକ ହାଟ ବା ବଜାର ଠାରେ ମାରକେଟ ପଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା ସରପଞ୍ଚ ସାମୀ ସେଠାରେ ପହଞ୍ଚ କିଛି ଲେବରମାନଙ୍କୁ ନେଇ କାମ ଆରମ୍ଭ କଲେ ବିନା ସୂଚ଼ନା। ଫଳକରେ କିଛି ଜନସାଧାରଣ ପଚାରିବାରୁ ସିଧାସଲଖ ମୁଁ ଯାହା ଚାହିଁବି ସେୟା ହେବ ତୁମେମାନେ ମୁଣ୍ଡ ପୁରାଅନାହିଁ ଜେଇଙ୍କ ଦେଖାନାହିଁ ମନଇଛା ପାଞ୍ଚରୁ ଛହଇଞ୍ଚମାଟି ଖୋଲି ପିଣ୍ଡି କାମ ସାରିଦେଲ ଲୋକଙ୍କ ଅଭିଯୋଗ ପରେ ଏକ ଦେବାଳୟ କାନ୍ଥରେ ସୂଚ଼ନା ଫଳକ ଲେଖିଦେଲେ| ଅନ୍ୟପଟେ କାମ ଅତି ନିମ୍ନମାନର ହୋଇଥିବା ଗ୍ରାମ ଲୋକେ କୁହନ୍ତି,

ଏହାତଦନ୍ତ ସାପକ୍ଷ, ମନେରେଗାକାମରେ ବହୁ ଅର୍ଥହରିଲୁଟ ହୋଇଥିବା ଅଭିଯୋଗ ହୁଏ ସରକାରଙ୍କ ନିୟମ ଅଛି କାମ ସ୍ଥାନରେ ଲେବରମାନଙ୍କ ଫୋଟ ଉଠାଯାଇ ମାଷ୍ଟରୋଳରେ ନାମ ପଞ୍ଜିକରଣ କରାଯାଇ ଟଙ୍କା ପଇଠ ହେବାକଥା କିନ୍ତୁ ଏଠାରେ ବହୁ ଚାଞ୍ଚକତା କରାଯାଇ ସରକାରୀ ଅର୍ଥକୁହରିଲୁଟ କରାଯାଇଛି। ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ଼l ଜିଲ୍ଲାପ୍ରଶାସନ ଏବଂ ଭିଜିଲାସ୍ସ ଦ୍ୱାରା ଏହି ପଞ୍ଚାର ତଦନ୍ତ କରାଗଲେ ସବୁ ଦୁର୍ନୀତିର ଗୁମର କଥା ଖୋଲିଯାଆନ୍ତି । ଏ ଖବର ପ୍ରସାରଣ ହେଲାପରେ ବ୍ଲକ୍କ୍ ଓ ଜିଲ୍ଲାପ୍ରଶାସନ ଏପଞ୍ଚାୟତ ଉପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି।

ଧର୍ମଗଡ଼ ଉପଖଣ୍ଡରୁ ଧବଳେଶ୍ଵର ରଣା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



