ବିଶ୍ୱ ଜଳଦିବସରେ କୁମ୍ଭିର କାନ୍ଦଣା
ଜଳ ସଙ୍କଟ ସହ ବ୍ରାହ୍ମଣୀ ଜଳ ପାଲଟିଛି ଜହର!
ତାଳଚେର, ୨୨/୦୩ – ଗ୍ରୀଷ୍ମର ଆଗମନ ପୂର୍ବରୁ ତାଳଚେରରେ ଜଳସଙ୍କଟ ଉତ୍କଟହେବା କଥା କାହାକୁ ବି ଅଛପା ନଥାଏ । ପିଇବା ପାଣି ଟିକିଏ ପାଇଁ ତାଳଚେରବାସୀ ୮ମାସ କାଳ ଡ଼ହକବିକଳ ହେବା ଛଡ଼ା ଆଉ କିଛି ଉପାୟ ନଥାଏ ବୋଲି ଅଂଚଳବାସୀଙ୍କ କ୍ଷୋଭ ଓ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନବରତ ଭାବେ ଏହି ବ୍ରାହ୍ମଣୀନଦୀରୁ ତାଳଚେର ଅଂଚଳରେ ଗଢ଼ି ଉଠିଥିବା ଶିଳ୍ପସଂସ୍ଥାମାନେ ନଦୀକୂଳରେ ପମ୍ପହାଉସ୍ ନିର୍ମାଣ କରି ଅହରହ ପାଣି ଶୋଷି ନେଉଥିବା ବେଳେ ଅଂଚଳବାସୀମାନେ ଜଳଟିକେ ପାଇଁ ହାହାକାର ହୋଇପଡ଼ୁଛନ୍ତି! ଅପରପକ୍ଷେ ଆଜି ବିଶ୍ୱଜଳଦିବସ ଅବସରରେ ସଭାସମିତି ମାଧ୍ୟମରେ କେବଳ କୁମ୍ଭିରକାନ୍ଦଣା ସାର ହୋଇଥିବା ବେଳେ ଆଜି ଏହି ବ୍ରାହ୍ମଣୀଜଳ କେତେ ପ୍ରଦ୍ୟୁଷିତ ଓ କିପରି ଜଳସଙ୍କଟ ହେଉଛି ତାହା ଭୂକ୍ତ ଭୋଗୀହିଁ କହିବ! ଦିନେ ତାଳଚେରର ଏହି ନଦୀ ଗର୍ବ ଓ ଗୌରବ ହୋଇଥିବା ବେଳେ ଆଜି ଅଂଚଳବାସୀଙ୍କ ପାଇଁ ଅଭିଶାପ ପାଲଟିଛି ବୋଲି ଚର୍ଚ୍ଚା ଯୋରଧରିଛି । ଏହି ନଦୀଜଳକୁ ସେବନ କଲେ ପେଟରୋଗ ଭଲ ହୋଇଥାଏ ବୋଲି କିମ୍ବଦନ୍ତୀ ଆଜି ମଧ୍ୟ ସଭାପତିରେ ମତ ପ୍ରକାଶ ପାଉଛି । କିନ୍ତୁ ଏହି ଜଳ ଲୋକଙ୍କ ପାଇଁ ସାଜିଛି ଜହର! କାରଣ ନଦୀର ଅବବାହିକାରେ ଖୋଲିଥିବା ମାମଳମାଳ କଳକାରଖାନା ରାଷ୍ଟ୍ରଉଦ୍ୟୋଗୀ କମ୍ପାନୀ ଗୁଡ଼ିକିର ବିଷାକ୍ତ ପଦାର୍ଥକୁ ନଦୀରେ ଛାଡ଼ି ଦେବାସହ ଲୋକମାନଙ୍କର ମନ ଭିତରେ ରହିଥିବା କୁସଂସ୍କାର ତଥା ପୂଜାପାଠ, ଶ୍ରାଦ୍ଧ, ଶବଦାହର ଆବର୍ଜନାକୁ ନଦୀକୁ ଫୋପାଡ଼ି ଦେଉଥିବାରୁ ନଦୀଜଳ ପ୍ରଦ୍ୟୁଷିତ ହେଉଛି ବୋଲି ମତପ୍ରକାଶ ପାଇଛି । ତେଣୁ ଲୋକଙ୍କ ମନରୁ ଗ୍ରାମାଚଂଳ ଠାରୁ ଆରମ୍ଭକରି ସହରାଚଂଳରେ ସଭାସମତି, ପଥପ୍ରାପ୍ତ ସଭା, ନାଟକ ଆୟୋଜନ କରାଯାଇ ଯଦି ଲୋକଙ୍କୁ ସଚେତନ କରାଯାଏ ଓ ବିଭିନ୍ନ କର୍ପୋରେଟ୍ ଅଧିକାରୀ ମାନଙ୍କୁ ମୋବାଇଲରେ ଯୋଡ଼ାଯାଇ ଏହା ଉପରେ ହ୍ୱାଟସାପ୍ କିମ୍ବା ସୋସିଆଲ ମିଡ଼ିଆ ମାଧ୍ୟମରେ ନଦୀଜଳ କିପରି କଳକାରଖାନା ଯୋଗୁଁ ବିଷାକ୍ତ ହେଉଛି ତାଉପରେ ସଚେତନତାର କରାଯାଏ ତେବେ କିଛଇକାଂଶରେ ସୁଧାର ଆସିପାରନ୍ତା ବୋଲି ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିଲା । ତେବେ ଏଥିପ୍ରତି ଅଂଚଳବାସୀ ସମେତ ଯଦି ସରକାର ସଚେତନ ନହୁଅନ୍ତି ଏହି ବିଷୋକ୍ତ ଜଳ ଯୋଗୁଁ ତାଳଚେର ଅଂଚଳରେ ବିଭିନ୍ନ ମାରାତ୍ମକରୋଗରେ ଶୀକାର ହୋଇ ମୃତ୍ୟୁର ଦ୍ୱରଦେଶରେ ଦଣ୍ଡାୟମାନ ହେବାକୁ ଏଡ଼ାଇ ଦିଆଯାଇ ନପାରେ । ତେଣୁ ସରକାର ସମେତ ରାଜନେତା, ଲୋକପ୍ରତିନିଧି ନଦୀକୂଳ ଏବଂ ସହର ଠାରୁ ଗ୍ରାମାଚଂଳ ପର୍ଯ୍ୟନ୍ତ ବ୍ୟାପକ ଔଷଧୀୟ ବୃକ୍ଷରୋପଣ କରିବା ସହ କୁମ୍ଭିରକନ୍ଦଣା ନକରି ଏହାକୁ ହୃଦୟଙ୍ଗମ କରି ରାଜନୈତିକ ଉର୍ଦ୍ଧ୍ୱରେ ରହି ଉଦ୍ୟମ ଜାରି ରଖିବାକୁ ଆଲୋଚନା ଚକ୍ରରେ ମତପ୍ରକାଶ ପାଇଛି ।



