ସୋନାଲିକେୟାର ଫାଉଣ୍ଡେସନ ପକ୍ଷରୁ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ।

ରକ୍ତଦାନ ଏକ ମହତଦାନ । କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲଥାନା ଅନ୍ତର୍ଗତ ବଡ଼ବିଲ ପୌରାଞ୍ଚଳ ରେ ଥିବା ବିକାସମହଲ ପ୍ରାଙ୍ଗଣରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୋନାଲିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅୟୋଜନ କରାଯାଇଥିଲା। ବିଗତ ୧୭/୧୧/୨୫ ତାରିଖରେ ଏକ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ସୋନାଲି ଓଝାଙ୍କର ଅକାଳ ବିୟୋଗ ହୋଇଥିଲା। ସେ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ ତଥା ରାଜ୍ୟ ଓବିଶି ଯୁବମୋର୍ଚ୍ଚା ସୋସିଆଲ ମିଡ଼ିଆର ଅତିରିକ୍ତକନଭେନର ବିଷ୍ଣୁ ଗୁପ୍ତ ପ୍ରାସାଦଙ୍କର ଧର୍ମପତ୍ନୀ ଥିଲେ। ଏହି ରକ୍ତଦାନ ଶିବିରକୁ ଚମ୍ପୁଆ ଉପଖଣ୍ଡ ରେଡକ୍ରସ୍ ଓ ଚମ୍ପୁଆ ରକ୍ତକୋଷଗାର ଡ଼ାକ୍ତରଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇ ଫିତାକାଟି ଶୁଭଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ, ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରମୁଖ୍ୟ ଡ଼ାକ୍ତର ଷୌଭାଗ୍ୟ ରଶ୍ମି ରଞ୍ଜନ ସାମଲ ବଡ଼ବିଲ ସେଣ୍ଟମେରି ସ୍କୁଲର ପ୍ରିନ୍ସିପଲ୍ ସିଷ୍ଟର ଯସମାରିଆ, ଦୟାଲ ସିଂ ଭାରତୀୟ ଜନତା ପାର୍ଟିର ଓବିଶିମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦ, ବଡ଼ବିଲ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରମୁଖ ଆମନ୍ତ୍ରିତ ହୋଇଥିଲେ। ଶତାଧିକ ସଂଖ୍ୟାରେ ଅଞ୍ଚଳ ବାସିନ୍ଦା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା।ଏହି ଅବସରରେ ମୋଟ ୯୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ନେଇ ସୂଚନା। ଶେଷରେ ଆମନ୍ତ୍ରିତ ଅତିଥି ମାନେ ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନକରି ସମ୍ମାନିତ କରିଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




