ତାଳଚେର, ୨୩/୦୩ ତାଳଚେର ବ୍ଲକ ସ୍କଟଲାଣ୍ଡପୁର ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡ. ଆହ୍ଲାଦ ସିଂ ସଭାପତିତ୍ୱ କରିଥିବାବେଳେ ସଂପାଦକ କନ୍ଦର୍ପ ସାହୁ ସଭା ପରିଚାଳନା କରିଥିଲେ । ପ୍ରତ୍ୟେକ ସଭ୍ୟ ପରିଚୟ ପ୍ରଦାନ ପରେ ଶିକ୍ଷୟିତ୍ରୀ ଧୀରା ଦାସ ଆଧ୍ୟାତ୍ମିକ ଦର୍ଶନ ଓ ଚିନ୍ତନ ଉପରେ ବକ୍ତବ୍ୟ ରଖିଥିବାବେଳେ କଳ୍ପନା ବୋଇତି ଭବିଷ୍ୟତ ପାଇଁ ସାମାଜିକ କଲ୍ୟାଣ ନିମନ୍ତେ କେତେ ଗୁଡିଏ ପ୍ରସ୍ତାବ ରଖିଥିଲେ । ଏହି ଅବସରରେ ପ୍ରତ୍ୟେକ ସଭ୍ୟ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଅନୁଷ୍ଠାନଟି ପଞ୍ଜିକୃତ ହୋଇଥିବା ବେଳେ ଏହାର ସଭ୍ୟ ସଂଖ୍ୟା ୬୦ ରହିଛି । ଆଗାମୀ ଦିନରେ ଏହାର ସଭ୍ୟ ସଂଖ୍ୟା ବୃଦ୍ଧି କରାଯିବା ଉପରେ ମତପ୍ରକାଶ ପାଇଥିଲା । ଗତକିଛି ଦିନ ପୂର୍ବରୁ ଦୁଇ ଜଣ ସଭ୍ୟଙ୍କର ଦେହାନ୍ତ ହୋଇଥିବାରୁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରତ୍ୟେକ ବର୍ଷ ସବୁଠାରୁ ବୟସ୍କ ସଭ୍ୟଙ୍କୁ ସମ୍ମାନୀତ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଛି । ଶେଷରେ ଡ. ବିନୟ ଖିଲାର ଧନ୍ୟବାଦ ପ୍ରଦାନ କରିଥିଲେ ।

April 19, 2026/
No Comments


