ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲରେ ବିଶ୍ୱ ଘରଚଟିଆ ଦିବସ – ୨୦୨୬ ପାଳିତ

ବରଗଡ଼:୨୩/୦୩(ପବିତ୍ର ମେହେର) ବର୍ତ୍ତମାନ ବିଲୁପ୍ତ ପ୍ରାୟ ପକ୍ଷୀ ଘର ଚଟିଆଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ସେମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ, ଭୁକ୍ତାରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା।ଏହି ପ୍ରତିଯୋଗୀତାରେ ବିଦ୍ୟାଳୟର ୨୦ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ।

ବିଶ୍ଵ ଘର ଚଟିଆ ଦିବସ ଉପଲକ୍ଷେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଘର ଚଟିଆ ବିଲୁପ୍ତିର କାରଣ ଓ ଜୈବ ବିବିଧତାର ସଂରକ୍ଷଣ ଦିଗରେ ସେମାନଙ୍କ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ବିଦ୍ୟାଳୟର ଇକୋ କ୍ଳବ୍ ଓ ବିଜ୍ଞାନ କ୍ଲବର ସଦସ୍ୟଙ୍କ ସମେତ ଶିକ୍ଷକ ତେଜରାମ ସା,ବୋଧରାମ ବିଶ୍ବାଳ, ଆଶୁତୋଷ ଭୋଇ,ପଦ୍ମଲୋଚନ ବିଶି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।




