ଆଜି ତ୍ରିଦେଷ୍ଟା ମା ମଙ୍ଗଳା ଙ୍କ ଚଇତି ପର୍ବ ବଡ଼ ଆଡ଼ମ୍ବର ରେ ପାଳନ ହୋଇଛି,
ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଅଂଚଳ କୁଲେଇ ଗ୍ରାମ ରେ ମା ମଙ୍ଗଳା ଙ୍କ ଆଜି ଚଇତି ପର୍ବପାଳିତ ହୋଇଛି , ଆଜି ସକାଳୁ ମାଙ୍କ ପୂଜା ପାଇଁ ନୀତିକାନ୍ତି ସାରି ଅପରାହ୍ନ ସମୟ ରେ ପୂଜାଆରମ୍ଭ ହୋଇଥିଲା ,ଏହି ପୂଜାରେ ଗ୍ରାମ ର ସମସ୍ତ ଲୋକ ଗ୍ରାମ ସଭାପତି ଓ ପୂଜା କମିଟି ର ସମସ୍ତ ସଦସ୍ୟ କୁ ନେଇ ପୂଜା ହୋଇଥିଲା, ଏହି ପୂଜାରେ ଆଖ ପାଖରୁ ପ୍ରାୟ ୧ହଜାରରୁ ଅଧିକ ଶ୍ରଦ୍ଧାଳୁ ଓ ଉପାସକ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା, ଶ୍ରଦ୍ଧାଳୁ ଓ ଉପାସକ ମାନଙ୍କ ପାଇଁ କୁଲେଇ ଗାଁ 11ଷ୍ଟାର କ୍ରିକେଟ କ୍ଲବ ର ଯୁବଗୋଷ୍ଟି ଦହିପାଣି ଆଖୁ ରସ ଲେମ୍ବୁ ପାଣି ର ସତନ୍ତ୍ର ବ୍ୟବସ୍ଥା କରିଥିଲେ,ଏହି ପୂଜା ରେ ଆଖ ପାଖରୁ ପ୍ରାୟ ୩୦ଟି ଗ୍ରାମ ର ମହିଳା ଏବଂ ପୁରୁଷ ମାନେ ଆସି ନିଜ ନିଜର ମାନସିକ ପାଇଁ ପୂଜାଅର୍ଚନା କରିବା ସହ ମା ଙ୍କ ଦର୍ଶନ କୃପା ଲାଭ କରିଥାନ୍ତି,ମା ଙ୍କ ଏହି ଚଇତିପର୍ବ ଏକ ନିଆରା ପର୍ବ,ଭକ୍ତଙ୍କ କହିବା କଥା କି ଏଠି ଯିଏ ଯାହା ମାନସିକ କରେ ତାହା ପୂର୍ଣ୍ଣହୁଏ,ମା କାହାକୁ କେବେ ନିରାଶ କରିନଥାନ୍ତି, ଆଜକୁ ପ୍ରାୟ ୨ଶହ ବର୍ଷ ପୂର୍ବରୁ ମା ପୂଜା ପାଇ ଆସୁଛନ୍ତି ଓ ଆଗକୁ ମଧ୍ୟ ପାଇବେ,କଣିହାଁ ରୁ ସୁନୀଲ କୁମାର ସାମଲ ରିପୋର୍ଟ,

April 21, 2026/
No Comments


