ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରର ପାର୍ଶ୍ୱ ରେ ଥିବା ରାମଙ୍କ ମନ୍ଦିର ରେ ଆଜି ଶ୍ରୀ ରାମନବମୀ ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି, ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ସୁନା ଓ ରୁପା ଅଳଙ୍କାର ରେ ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ସୁସଜ୍ଜିତ କରାଯାଇଥିଲା।ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ରେ ଅର୍ଣ୍ଣ ଧୁପ , ରାମ ଙ୍କ ଜନ୍ମ ଉତ୍ସବ ପୂଜା ପାଳନ କରାଯିବ, ବିଭିନ୍ନ ଭୋଗ ଲାଗି ହେବ।ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ପରେ ମନ୍ଦିର ପହଡ଼ ପଡିବ। ପୂଜକ ଶିବଶ୍ଚ ମିଶ୍ର , ମଳୟ କର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ରାମନବମୀ ନୀତି ପାଳିତ ହୋଇଥଲା।




