ଶାସ୍ତ୍ରୀଜି ମହିଳା ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର
ଭବାନୀପାଟଣା (ଜାଗ୍ରତ ଭାରତ) ଶାସ୍ତ୍ରୀଜି ମହିଳା ମହାବିଦ୍ୟାଳୟରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ଜିଲ୍ଲା ଡାକସେବା ବିଭାଗ ତରଫରୁ ଏକ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ, କଳାହାଣ୍ଡି ବିବେକାନନ୍ଦ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ସହକାରୀ-ଅଧିକ୍ଷକ ଡାକବିଭାଗ କଳାହାଣ୍ଡି ଏନ. ସଞ୍ଜୟ କୁମାର ଦୋରା, ଡି.ଓ.-ପି.ଏଲ.ଆଇ. ଅଭିଷେକ ପଣ୍ଡା ଉକ୍ତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଜୟରାମ ସାହୁ, ଅଧ୍ୟକ୍ଷା ନମିତା ସାହୁ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଆର୍ଥିକ ସାକ୍ଷରତା,ସାଇବର ଅପରାଧ ସମ୍ପର୍କରେ ବିସ୍ତାର ରୂପରେ ସୂଚନା ଦେଇଥିଲେ। ଏଥିରେ ସହକାରୀ ନିର୍ଦ୍ଦେଶକ ଶ୍ରୀ ମହାନନ୍ଦ ଆର୍ଥିକ ସାକ୍ଷରତା ଓ ସାଇବର ଅପରାଧ ଶିବିର ଆୟୋଜନର ଆଭିମୁଖ୍ୟ ଓ ସଚେତନତା ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀମାନେ ସଚେତନ ହେବାପାଇଁ ଆହ୍ଵାନ ଦେଇଥିଲେ। ଡାକସେବା ବିଭାଗର ଅଧିକାରୀମାନେ ଡାକବିଭାଗ ଦ୍ଵାରା ଉପଲବ୍ଧ ହେଉଥିବା ବିଭିନ୍ନ ଲାଭ ଜନକଷ୍କିମ ଉପରେ ସୂଚନା ଦେଇଥିଲେ । ଶେଷରେ ଉକ୍ତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।




