(ଜ଼ିଲ୍ଲା ସଦର ମହକୁମା ରେ ଯୁବ ଆଇନୀଜୀବୀଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ)
ଜଗତସିଂହପୁର
ତା =29/3/26
ଜଗତସିଂହପୁର ଜ଼ିଲ୍ଲା ରେ ସଡ଼କ ସୁରକ୍ଷା ସଚେତନତା ସପ୍ତାହ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଅମାନିଆ ଗାଡି ଚାଳକ ଙ୍କ ପ୍ରତି ଜ଼ିଲ୍ଲା ପରିବହନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସତ୍ୱ ଜନସାଧାରଣ ଙ୍କ ମଧ୍ୟ୍ୟ ରେ ସଚେତନତା ଅଭାବ ଯୋଗୁଁ ଜ଼ିଲ୍ଲା ରେ ଦୃଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ଏହାକୁ ଦୃଷ୍ଟି ରେ ରଖି ଜଗତସିଂହପୁର ଜ଼ିଲ୍ଲା ର ଯୁବ ଆଇନୀଜୀବୀ ସୁରେଶ ଚନ୍ଦ୍ର ଦାସ | ଯାଟାଧାରୀ ଦାସ |ନରେଶ ଦାସ, ଧୀରେନ୍ଦ୍ର ପ୍ରଧାନ ପ୍ରମୁଖ ଜଗତସିଂହପୁର -ଜଇପୁର ରାସ୍ତା ର ମାଷ୍ଟର କ୍ୟାଣ୍ଟିନ ଛକରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କ ରେ ଜନ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ |ପ୍ରତେକ ଗାଡି ଚାଳକ ସଡ଼କ ସୁରକ୍ଷା ନିତି ନିୟମ ପାଳନ କରି ମୂଲ୍ୟବାନ ଜୀବନ ରକ୍ଷା କରିବାକୁ ରିଫ ଲେଟ ପ୍ରଦାନ କରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋଟ

April 17, 2026/
No Comments


