ଇକୋ କ୍ଲବ୍ ପକ୍ଷରୁ ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଭଟଲି (ଅଭିମନ୍ୟୁ ପଧାନ) ::- ପାରିସ୍ଥିତିକ ଭାରସାମ୍ୟ ରକ୍ଷା କରିବାରେ ହାତୀ ପରି ଜୀବର ସୁରକ୍ଷା ନିହାତି ଆବଶ୍ୟକ। ଏହାକୁ ଆଖି ଆଗରେ ରଖି ଭୁବନେଶ୍ୱର ସ୍ଥିତ ପରିବେଶ ଶିକ୍ଷଣ କେନ୍ଦ୍ର ଓ ଗୋପାଳପୁର ଆଶ୍ରମ ସ୍କୁଲ ଭଟଲିର ଇକୋ କ୍ଲବ୍ ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜୁନାନୀ ଗାଁରେ ହାତୀ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ସଚେତନତା କାର୍ଯ୍ୟକ୍ରମରେ ଗୋପାଳପୁର ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବନ୍ୟ ପ୍ରାଣୀ ବିଭାଗର ସହକାରୀ ବନ ସଂରକ୍ଷକ ଦିଲ୍ଲୀପ କୁମାର ଧଳ, ମୁଖ୍ୟ ବକ୍ତା ଭାବରେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ,ସମ୍ମାନିତ ଅତିଥି ଭାବରେ ପ୍ରକୃତି ବନ୍ଧୁ ଶୋଭାରାମ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦ୍ରୁପଦ ପାତ୍ର ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିବୃନ୍ଦ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିବା ପରେ ଅତିଥିମାନଙ୍କୁ ଚାରା ପ୍ରଦାନ କରି ସ୍ବାଗତ କରାଯାଇଥିଲା। କାର୍ଯ୍ୟକ୍ରମର ସ୍ମୃତିସନ୍ତକ ସ୍ୱରୂପ ଗ୍ରାମବାସୀଙ୍କୁ ଚାରାପ୍ରଦାନ କରାଯାଇଥିଲା।

ସମସ୍ତ ଗ୍ରାମବାସୀବୃନ୍ଦ ଓ ପ୍ରକୃତି ପ୍ରେମୀ ବିଦ୍ୟୁତ ତାରକୁ ସୁରକ୍ଷିତ କରି ବନ୍ୟପ୍ରାଣୀଙ୍କ ଯେପରି କ୍ଷତି ନ ହୁଏ ସେଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୈଠକରେ ମତ ପ୍ରକାଶ ପାଇଥିଲା।ହାତୀ ପରି ବନ୍ୟପ୍ରାଣୀ ସହ ସଂଘର୍ଷ ନ କରି ସମସ୍ତ ବନ୍ୟଜୀବର ସୁରକ୍ଷା କରିବା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ ଓ ବନ୍ୟପ୍ରାଣୀଙ୍କ ଦ୍ବାରା କ୍ଷୟକ୍ଷତି ହେଲେ ଅନୁକମ୍ପା ଆପ୍ ମାଧ୍ୟମରେ କିପରି ସହାୟତା ପାଇବେ ସେ ସଂପର୍କରେ ଆଲୋଚନା ହୋଇଥଲା।ଏହି ସଚେତନତା କାର୍ଯ୍ୟକ୍ରମରେ ବନରକ୍ଷୀ ସଞ୍ଜୀବ ଭୁଏଙ୍କ ସମେତ ଜୁନାନୀ ଗ୍ରାମବାସୀ ଓ ସ୍ଵଂୟ ସହାୟକ ମହିଳା ଗୋଷ୍ଠୀ ଉପସ୍ଥିତ ଥିଲେ। ଶିକ୍ଷକ ରୋହିତ ଭୁଏ ସଭା କାର୍ଯ୍ୟ ପରିଚାଳନା କରିଥିବାବେବେଳେ ଅଭିମନ୍ୟୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।




