କୁଚିଣ୍ଡାରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଓଡ଼ିଶା ଦିବସ ସହ ହସ୍ତ ତନ୍ତ ପରିଧାନ ଦିବସ ପାଳିତ

କୁଚିଣ୍ଡା:୧/୪: ସମ୍ବାଦ ସାହିତ୍ୟ ଘର ,କୁଚିଣ୍ଡା ଶାଖାର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ସ୍ଥାନୀୟ ନର୍ସିଂ କଲେଜ୍ ପରିସରରେ ଓଡ଼ିଶା ଦିବସ ସହ ହସ୍ତ ତନ୍ତ ପରିଧାନ ଦିବସ ପାଳିତ ହୋଇ ଯାଇଛି ।ଏଥିରେ ସମସ୍ତ କବି ,ଲେଖକ ଓ ଛାତ୍ର ଛାତ୍ରୀ ହସ୍ତ ତନ୍ତ ଲୁଗା ପରିଧାନ କରି ଉପସ୍ଥିତ ହୋଇଥିଲେ ।ଏଥିରେ ନୂଆଁ ଗାଁ ସମ୍ବାଦ ସାହିତ୍ୟ ଘର ସଭାପତି ରଜନୀ ପଟେଲ ଅତିଥି ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୌଧୁରୀ ବକ୍ତା ଭାବରେ ଯୋଗ ଦେଇ ଓଡ଼ିଶା ର ସମତୁଲ ବିକାଶ ହେଲେ ମଧୁବାବୁ ଓ ଗୋପବନ୍ଧୁ ଙ୍କ ସ୍ଵପ୍ନର ଓଡ଼ିଶା ଗଠନ ସମ୍ଭବ ହୋଇ ପାରିବ ବୋଲି କହିଥିଲେ ।ସଭାପତି ଶ୍ରୀ ନାୟକ ହସ୍ତ ତନ୍ତ ଲୁଗା ପରିଧାନକୁ ଲୋକ ପ୍ରିୟ କରି ପାରିଲେ ଓଡ଼ିଶାର ବୁଣାକାର ମାନେ ଆର୍ଥିକ ସ୍ୱଚ୍ଛଳ ହୋଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ ।ଏହା ପରେ ଶିକ୍ଷୟିତ୍ରୀ ନନ୍ଦିନୀ ନାୟକ ଙ୍କ ସଂଯୋଜନାରେ ମାତୃଭୂମି ଓ ମାତୃଭାଷାର ଜୟଗାନ ଉପରେ ଆଧାରିତ କବିତା ପାଠ କରା ଯାଇଥିଲା ।ଏଥିରେ କଳାହାଣ୍ଡି ଜିଲ୍ଲାର କବି ଧନୁଜ୍ୟ ମାଝୀ,ଉମାକାନ୍ତ ଛତ୍ରିଆ,ସୁଜିତ୍ ବେହେରା, ରିନୁ ପୃଷେଠ,ପ୍ରତିମା ପଟେଲ, ଚୁମକୁ ସୁନାନୀ,ଆରତୀ ବାଦି, ସୁନେଲି ଭୋଇ, ବବଳି ଦୀପ,ତୁଳସୀ ବାଘ୍, ରଞ୍ଜିତ କିଶାନ,ପାର୍ବତୀ ଭଞ୍ଜ, ମୀନ ପାତ୍ର ,ସୁବାସ ନାୟକ, ବସନ୍ତ ଚୌଧୁରୀ,ନନ୍ଦିନୀ ନାଏକ, ରହଣୀ ପଟେଲ ପ୍ରମୁଖ ସ୍ୱରଚିତ କବିତା ପାଠ କର ପ୍ରମୁଖ ପାଠ କରିଥିଲେ ।ଶେଷରେ ଧନୁର୍ଜୟ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-8.jpg)
