କୁଲାଡ ଗ୍ରାମରେ ୨୮ତମ ମା ମଙ୍ଗଳା ମହୋତ୍ସବ ପାଳିତ ହୋଇଯାଇଛି

ବଅଁରପାଳ: ଅନୁଗୋଳ ଜିଲ୍ଲାର ବଅଁରପାଳ ଅଞ୍ଚଳର କୁଲାଡ଼ ଗ୍ରାମରେ ୨୮ତମ ମା ମଙ୍ଗଳା ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି।ଏହି ମହୋତ୍ସବରେ ଗ୍ରାମବାସୀ ଓ ଆଖ ପାଖ ଅଞ୍ଚଳର ଭକ୍ତମାନେ ବହୁ ସଂଖ୍ୟାରେ ଯୋଗଦେଇ ମା ମଙ୍ଗଳାଙ୍କର ପୂଜାର୍ଚ୍ଚନା କରିଥିଲେ। ପୂଜା, ଯଜ୍ଞ, ଭଜନ-କୀର୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା।ମହୋତ୍ସବ ସମୟରେ ଗ୍ରାମରେ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା ଓ ଭକ୍ତମାନଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା। ଏପରି ପାରମ୍ପରିକ ଉତ୍ସବଗୁଡ଼ିକ ଅଞ୍ଚଳର ସାମୂହିକ ଏକତା ଓ ସଂସ୍କୃତିକୁ ଆଗେଇ ନେବାରେ ବଡ଼ ଭୂମିକା ନେଉଛି। ବିରାଟ ଶୋଭାଯାତ୍ରାରେ ବାଜା ବାଣରେ ମାଙ୍କ ଆଲମକୁ ଗ୍ରାମ ପରିକ୍ରମା କରାଯାଇଛି। ସଂଧ୍ୟାରେ ସର୍ବଦଳୀୟ ମାନ୍ୟଗନ୍ୟ ବ୍ୟକ୍ତିବିଶେଷକୁ ନେଇ ମାଙ୍କର ପ୍ରତିମୂର୍ତ୍ତି ଉନ୍ନୋଚନ କରାଯାଇଥିଲା। ରାତ୍ର ୧୧ଘଟିକା ସମୟରେ ଅପେରା କାର୍ଯ୍ୟକ୍ରମ ଅଛି ବୋଲି କମିଟିର ଯୁବ ସଭାପତି ପ୍ରକାଶ ବେହେରା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁନିସିପାଲିଟି ଅଦକ୍ଷ ଅକ୍ଷୟ ସାମନ୍ତ, ମହିଳା ସଭାନେତ୍ରୀ ସସ୍ମିତା ବେହେରା, ସମାଜ ସେଵୀ ପଦ୍ମଖୀ ସିଂ, ମହେଶ ଧଳ, ବିପ୍ଳବ ଜେନା, ନାଲକୋ ଥାନା ଅଧିକାରିଣୀ ନମିତା ନାୟକ ଙ୍କ ସହିତ ଗ୍ରାମର ସରପଞ୍ଚ ସମିତି ସଭ୍ୟା, ଟ୍ରକ ମାଲିକ ସଙ୍ଘର ସମସ୍ତ କାର୍ଯ୍ୟକର୍ତାଙ୍କ ସହିତ ଗ୍ରାମ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ବୋଳି ସଭାପତି ଶ୍ରୀ ବେହେରା କହିଛନ୍ତି, ,,,,,




