ବଅଁରପାଳ ବ୍ଲକ ସାମ୍ବାଦିକ ସଂଘର ବନ୍ଧୁମିଳନରେ ଜୋରଦାର ସଙ୍କଳ୍ପ – ସଂଘ ଉନ୍ନତି ପାଇଁ ନୂତନ ଦିଗ!
ବଅଁରପାଳ (ଜାଗ୍ରତ ଭାରତ ନ୍ୟୁଜ): ବଅଁରପାଳ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଏକ ଭବ୍ୟ ବନ୍ଧୁମିଳନ ଓ ସାଧାରଣ ସଭା ଆୟୋଜିତ ହୋଇଥିଲା, ଯାହା ସାମ୍ବାଦିକ ମହଳରେ ନୂତନ ଉତ୍ସାହ ଓ ଏକତାର ପରିବେଶ ସୃଷ୍ଟି କରିଛି। ବହୁ ଦିନର ପ୍ରତୀକ୍ଷା ପରେ ସଂଘର ପଞ୍ଜିକରଣ ସଫଳ ହୋଇଥିବାରୁ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଯାଇଥିଲା।
ଆଜି ପ୍ରାୟ ୧୧ଟା ସମୟରେ ମହିଧରପୁର ମାଧିଆମୁଣ୍ଡା ସ୍ଥିତ ଦୁଗ୍ଧ ଫ୍ୟାକ୍ଟ୍ରି ସମ୍ମିଳନୀ କକ୍ଷରେ ସଂଘର ସଭାପତି ଶ୍ରୀ ଅଖିଳ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସଭାରେ ସଂଘ ଓ ସାମ୍ବାଦିକମାନଙ୍କ ସମୃଦ୍ଧି ପାଇଁ ବିଭିନ୍ନ ଗଢ଼ନମୂଳକ ପଦକ୍ଷେପ ନେବାକୁ ଜୋରଦାର ଆଲୋଚନା ହୋଇଥିଲା। ସେହିପରି ସ୍ଥାନୀୟ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତ କରି ସଂଘର ଦାବି ଓ ସମସ୍ୟା ଉପସ୍ଥାପନ କରିବାକୁ ସମ୍ମିଳିତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ରୀ ସୁଶୀଲ କୁମାର ଆଇଚ, କାର୍ଯ୍ୟକାରୀ ସଭାପତି ଶ୍ରୀ ସଞ୍ଜୟ କୁମାର ବିଶୋଇ, ଉପ ସଭାପତି ଶ୍ରୀ ରୁଦ୍ର ମୋହନ ସାହୁ, ସହ ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ସାମଲ, କୋଷାଧ୍ୟକ୍ଷ ଶ୍ରୀ ପ୍ରିୟବ୍ରତ ସାମଲ ସହିତ ଏକ୍ଜିକ୍ୟୁଟିଭ୍ ସଦସ୍ୟମାନେ—ଶ୍ରୀ ଅଶୋକ କୁମାର ଜେନା, ଶ୍ରୀ ତାପସ କୁମାର ଜେନା, ଶ୍ରୀ ରାଜେଶ ପାତ୍ର, ଶ୍ରୀ ସଞ୍ଜୀବ କୁମାର ପାଇକ, ଶ୍ରୀ କ୍ଷୀରୋଦ କୁମାର ବେହେରା, ଶ୍ରୀ ଅଜିତ୍ କୁମାର ଭୋଇ, ଶ୍ରୀ ବିଭାସ କୁମାର ସାମଲ ଓ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।
ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସଫଳ ସମାପନ କରାଯାଇଥିଲା।

April 7, 2026/
No Comments


