ପିଏମ୍ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ
ଢେଙ୍କାନାଳ, ୪/୪: ଅଦ୍ୟ ପିଏମ୍ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ୍ତ ମହାପାତ୍ରଙ୍କର ତତ୍ବାବଧାନରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଢେଙ୍କାନାଳ ପୌରପାଳିକାର ଅଧ୍ଯକ୍ଷା ଜୟନ୍ତୀ ପାତ୍ର, ଏଗାର ନଂ- ଓ୍ବାର୍ଡର କାଉନ୍ସିଲର ଲକ୍ଷ୍ମୀପ୍ରିୟା ଦଳେଇ, ରାଜନୀତିଜ୍ଞ ତଥା ସମାଜସେବୀ କରୁଣାକର ଦଳେଇ, ବିକାଶ ପୁହାଣ ଏବଂ ଫଚସଖା ଶିକ୍ଷାସେତୁର ସଭାପତି କୃଶିଦା ବେଗମ୍ ପ୍ରମୁଖ ଅତିଥିମାନଙ୍କ ଆଗମନ କୁନି କୁନି ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଭରିଦେଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।



