ୟୁଏଇରେ ଆରମ୍ଭ ହୋଇଛି ଏସିଆ କପ୍ କ୍ରିକେଟ ୨୦୨୫। ଏଥିରେ ବୁଧବାରଠାରୁ ଅଭିଯାନ କରିବାକୁ ଯାଉଛି ଭାରତ। ଦୁବାଇରେ ଆୟୋଜକ ୟୁଏଇ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।
ଚଳିତ ଏସିଆ କପରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ଵ ନେଉଛନ୍ତି। ଦଳରେ ଶୁଭମନ ଗିଲ ଉପ ଅଧିନାୟକ ଥିବାବେଳେ ଅଭିଷେକ ଶର୍ମା, ରିଙ୍କୁ ସିଂହ, ଶିଭମ ଦୁବେ, ତିଳକ ବର୍ମା, ଯଶପ୍ରିତ ବୁମରା ଓ କୁଲଦୀପ ଯାଦବଙ୍କ ଭଳି ଖେଳାଳି ସାମିଲ ହୋଇଛନ୍ତି।



