ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

ଅନୁଗୋଳ,୦୬.୦୪: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ଆଜି ପୂର୍ବାହ୍ନରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ କରାଯାଇଛି। ଚିକିତ୍ସାଳୟ ପରିସରରେ ନିଆଁ ସମ୍ବନ୍ଧିତ ଆପାତକାଳୀନ ପରିସ୍ଥିତି ସମୟରେ ସମସ୍ତେ କିପରି ରକ୍ଷା ପାଇପାରିବେ ସେ ସମ୍ବନ୍ଧରେ ଉଭୟ ରୋଗୀ ଓ ଡାକ୍ତରଖାନା କର୍ମଚାରୀମାନଙ୍କୁ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଚିକିତ୍ସାଳୟର ଅଧିକାରୀ ଓ କର୍ମଚାରୀପ୍ରମୁଖ ଉପସ୍ଥିତ ଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

