ଭୁବନେଶ୍ୱର: ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ପୁଣି ନୀତି ବନ୍ଦ। ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଲାଗି ମହାପ୍ରଭୁଙ୍କର ନୀତି ପୁଣି ବନ୍ଦ ହୋଇଛି । ସକାଳ ୯ଟା ପରଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ଏବେ ଗର୍ଭଗୃହରେ ଘଟିଥିବା ବିବାଦ, ଥାନାରେ ପହଞ୍ଚିଛି। ଆଜି ସକାଳ ସମୟରେ ହଠାତ୍ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ରୂପା ଘୋଡ଼ଣୀକୁ ନେଇ ବିବାଦ ଉପୁଜିଥିଲା ।
ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ରୂପା ଘୋଡ଼ଣୀ ରଖିବାକୁ ନେଇ ବିବାଦ ହୋଇଥିଲା । ବିବାଦ ଏତେ ବଢିଥିଲା ଗର୍ଭ ଗୃହରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ଏପିରିକି ଦୁଇ ସେବାୟତ ଗୋଷ୍ଠୀ ହାତାହାତି ଯାଏଁ ବି କଥା ଯାଇଥିଲା । ଗର୍ଭ ଗୃହ ବିବାଦକୁ ନେଇ ଉଭୟ ଗୋଷ୍ଠୀ ଲିଙ୍ଗରାଜ ପ୍ରଶାସନକୁ ଜଣାଇଛନ୍ତି । ଏହାସହିତ ଥାନାରେ ମୌଖିକ ଭାବେ ଅଭିଯୋଗ ମଧ୍ୟ କରାଯାଇଛି ।ଅଭିଯୋଗ ଅନୁସାରେ ସୁଆର ନିଯୋଗ ଲିଙ୍ଗରାଜଙ୍କ ଲିଙ୍ଗକୁ ସୁରକ୍ଷା ଦେବାକୁ ରଖାଯାଇଥିବା ରୂପା ଘୋଡଣୀକୁ ଚୋରି କରି ନେଇଯାଉଥିଲେ । ଯାହାକୁ ବଡ଼ୁ ନିଯୋଗ ବିରୋଧ କରିଥିଲେ । ଏହି ବିରୋଧରୁ ଗଣ୍ଡଗୋଳର ପରିସ୍ଥିତି ଉପୁଜିଥିଲା ।ତେବେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ସକାଳ ୯ଟା ପରଠାରୁ ଏବେ ଯାଏଁ ନୀତି ବନ୍ଦ ରହିଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

