ବିଦ୍ୟୁତ୍ ବିଭାଗର ଖାମଖିଆଲି ନୀତି,ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତି ଗୁରୁତର ଆହତ।

ଛାତ ଉପରେ ପଡ଼ିଥିବା ଅଳିଆ ଓ ପତ୍ର ସବୁକୁ ସଫା କରିବାକୁ ଯାଇ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ନେଇ ସୂଚନା। ସୁଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ୱର୍ ପନ୍ଦର ସୁନ୍ଦୁରା ବସ୍ତି ଅଞ୍ଚଳରେ ଘଟିଛି ଏହିଭଳି ଅଘଟଣ। ତାରିଣୀ ଶଙ୍କର ଜେନା ନାମକ ଜୈନିକ ବ୍ୟକ୍ତି ଜଣକ ନିଜର ଗୋଟିଏ ଘରକୁ ବ୍ୟବସାୟ ଉଦ୍ଦେଶ୍ୟରେ ଭଡ଼ା ସୂତ୍ରରେ ଲଗାଇଥିବା ବେଲେ ଉକ୍ତଘର ଛାତଉପରେ ପଡ଼ିଥିବା ଅଳିଆ ଆବର୍ଜ୍ଜନା ଓ ପତ୍ର ସବୁକୁ ସଫା କରିବା ଉଦ୍ଦେଶ୍ୟରେ ଛାତ ଉପରକୁ ଯାଇଥିଲେ କିନ୍ତୁ ଅସାବଧାନତା ଯୋଗୁ ଉକ୍ତଘର ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ତାହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବିଦ୍ୟୁତ୍ ବିଭାଗ ଓ ବଡ଼ବିଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଉକ୍ତ ଘଟଣାପରେ ଘଟଣା ସ୍ଥଳରେ ଅଞ୍ଚଳ ବାସିନ୍ଦା ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ଖବର ପାଇ ବଡ଼ବିଲ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଉକ୍ତ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକି ବିଦ୍ୟୁତ୍ ବିଭାଗର ଅପାରଗତା ଅବା ଖାମଖିଆଲି ନିତି କାରଣରୁ ମନେହୁଏ। ଉକ୍ତ ଅଂଚଳରେ ଅନେକ ସ୍ଥାନରେ ବିଦ୍ୟୁତ୍ ତାରସବୁ ଲୋକଙ୍କ ଛାତରୁ ଅଳ୍ପ ଦୂରତାରେ ଝୁଲି ରହିଥିବା ଦେଖିବାକୁ ମିଳେ, ଯାହାକି ଅଞ୍ଚଳର ଲୋକଙ୍କ କହିବା କଥା ଏହି ଅଞ୍ଚଳରେ ଅନେକ ସ୍ଥାନରେ ଏପରି ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍ ତାର ସବୁ ଝୁଲିକି ରହିଛି, ଯାହାକି ବିପଦକୁ ଆଖିଠାରି ଡାକୁଥିବା ପରି ମନେହୁଏ ଯାହାର ଜ୍ୱଳନ୍ତ ଉଦାହରଣ ଆଜିର ଏହି ଦୁର୍ଘଟଣା। ତେବେ ଦେଖାଯାଉ ଖବର ପ୍ରସାରଣ ପରେ ବିଦ୍ୟୁତ୍ ବିଭାଗର ନିଦ ଭାଙ୍ଗୁଛି ନା ଆଗକୁ ଏହିପରି ଆହୁରି ଦୁର୍ଘଟଣା ଘଟିବାକୁ ବିଦ୍ୟୁତ୍ ବିଭାଗ ଆମନ୍ତ୍ରଣ କରୁଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




