କେନ୍ଦୁଝରଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀଉପଦ୍ରବ ଥମିବାର ନାଁ ଧରୁନି।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ଉପଖଣ୍ଡରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଚମ୍ପୁଆ NAC ରେ ପଶିଲା ଗୋଠଛଡା ଜଙ୍ଗଲି ଦନ୍ତାହାତୀ। ଗତ ରାତି ଚମ୍ପୁଆ NACର ଦୁଇ ନମ୍ବର ଓ୍ବାର୍ଡ ପାଞ୍ଚ ପୋଖରିଆ ଗ୍ରାମରେ ବୈତରଣୀନଦୀ ପାରହୋଇ ପାଞ୍ଚ ପୋଖରିଆ ଗ୍ରାମରେ ପଶି ଉକ୍ତ ଗ୍ରାମର ଶ୍ରୀକାନ୍ତ ମହାନ୍ତ ଙ୍କ ଘରର ଝରକା ଭାଙ୍ଗି ଘର ଭିତରୁ ଧାନ ଖାଇବା ପରେ ପୁଣି ଗୋଧୂଳି ମଧ୍ୟ ଦେଇ ଚାଲିଯାଇଛି l

ରାତି ପ୍ରାୟ ଦୁଇଟା ବେଳେ ଶ୍ରୀକାନ୍ତଙ୍କ ପରିବାର ଲୋକେ ଘରେ ଭିତରେ ଶୋଇଥିବା ବେଳେ ହାତୀ ଘରର ଝରକା ଭାଙ୍ଗି ଧାନ ଖାଇବା ବେଳେ ଶବ୍ଦ ଶୁଣି ଘର ଲୋକେ ଉଠିପଡ଼ି ଥିଲେ ତେବେ ହାତୀ ଧାନ ଖାଉଥିବାର ଦେଖି ଘର ଭିତରେ ଚୁପଚାପ୍ ରହି ଥିବାରୁ ଅଳ୍ପକେ ବର୍ତ୍ତିଛନ୍ତି ଶ୍ରୀକାନ୍ତଙ୍କ ପରିବାର ଲୋକ। ହାତୀଟି ଧାନ ଖାଇସାରିବା ପରେ ପୁଣି ଚାଲିଯାଇଛି ।ତେବେ ହାତୀ ଏନ୍ଏସି ଭିତରେ ପଶିବା ନେଇ ବନ ବିଭାଗ କୈଣସି ସୁରାକ ପାଇ ପାରିନଥିବାରୁ ହାତୀକୁ ନେଇ ଗ୍ରାମରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




