ପାଦୁକା ମନ୍ଦିରରେ ଧ୍ବଜାରୋହଣ କାର୍ଯ୍ୟକ୍ରମ
ଭଟଲି (ଅଭିମନ୍ୟୁ ପଧାନ ): ଭଟଲିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ଜିଉଙ୍କ ଆବିର୍ଭାବସ୍ଥଳ ଚକ୍ର ପୁଷ୍କରିଣୀରେ ଥିବା ପାଦୁକା ମନ୍ଦିରରେ ଶୁକ୍ରବାର ବୈଶାଖ ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ନୂତନ ଧ୍ବଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଦ୍ୟାରେ ଦଧିବାମନ ମନ୍ଦିରରୁ କୀର୍ତ୍ତନ, ହୁଳହୁଳି ସହ ଏକ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିବା ପରେ ଚକ୍ର ପୁଷ୍କରିଣୀ ରେ ଥିବା ପାଦୁକା ମନ୍ଦିର ରେ ପହଞ୍ଚିଥିଲା । ସେଠାରେ ପୁଷ୍କରିଣୀରେ ରେ ଥିବା ମହାପ୍ରଭୁଙ୍କ ପଦଚିହ୍ନ ଥିବା ପାଦୁକା ଶିଳା ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିରରେ ନୂତନ ଧ୍ଵଜା ଲଗାଯାଇଥିଲା| ମନ୍ଦିର ପୂଜକ ଲଲିତ ରଥଙ୍କ ପୌରହିତ୍ୟରେ ଆୟୋଜିତ ପୂଜା କାର୍ଯ୍ୟରେ ଗୌନ୍ତିଆ ପରମାନନ୍ଦ ସାହୁ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । ରାଜୀବ ସାହୁ ମନ୍ଦିର ଶିଖରରେ ଧ୍ବଜା ବାନ୍ଧିଥିବା ବେଳେ ଏହି ଅବସରରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଲୁ ଉପସ୍ଥିତ ଥିଲେ |



