ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ଅନୁଗୋଳ – ଅନୁଗୋଲ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମର ଶ୍ରୀ ସୁରେନ୍ଦ୍ର ପ୍ରସାଦ ଜେନାଙ୍କର ପରଲୋକ ଘଟିଛି। ବ୍ୟାଙ୍କ୍ ଚାକିରିରୁ ଅବରସ ଗ୍ରହଣ କରିବା ପରେ ବିଭିନ୍ନ ଧର୍ମ ଅନୁଷ୍ଠାନ ସହ ଯୋଡି ହୋଇ ରହିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ମୃତ୍ୟୁ ବେଳକୁ ପରିବାର ବର୍ଗ ଓ ଧର୍ମପତ୍ନୀ ଉପସ୍ଥିତ ଥିଲେ। ତାଙ୍କର ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।



