କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନୀ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ଥମୁ ନାହିଁ ହାତୀ ଉପଦ୍ରବ। ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନ ପଦ୍ମପୁର ଗାଁ ରେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ସାଇତା ଧାନ ଖାଇଛନ୍ତି ୧୬ ଟିକିଆ ହାତୀ ପଲ ସେହିପରି ବାଲି ବନ୍ଧ ସେକ୍ସନ ର ବଳଭଦ୍ର ପୁର ଗାଁ ରେ ଗୋଟିଏ ଘର ଦୁଇଟିକିଆ ହାତୀ ଭାଙ୍ଗି ଦେଇଥିବା ଜଣାପଡିଛି। ଚମ୍ପୁଆ ରେଞ୍ଜ ର ବାଲିବନ୍ଧ ସେକ୍ସନ ର ବଳଭଦ୍ର ପୁର ଗାଁ ରେ ଦୁଇଟି ଗୋଠ ଛଡ଼ା ଦନ୍ତା ହାତୀ ଗାଁ ର ଲକ୍ଷ୍ମଣ ମୁଣ୍ଡା ଙ୍କ ଘର ଭାଙ୍ଗି ଘର ଭିତରୁ ସାଇତା ଧାନ ଖାଇଛନ୍ତି। ତେବେ ହାତୀ ଘର ଭାଙ୍ଗିବା ସମୟରେ ଘରେ କେହି ନଥିବା ରୁ ବଡ ଅଘଟଣ ରୁ ଵର୍ତୀ ଯାଇଛନ୍ତି ପରିବାର ଲୋକେ। ଅନ୍ୟ ପଟେ ଉଖୁଣ୍ଡା ସେକ୍ସନ ର ପଦ୍ମପୁର ଗାଁ ଷୋହଳ ଟିକିଆ ହାତୀପଲ ଗାଁ ର ହିମାଂଶୁ ଶେଖର ନାଏକ ଙ୍କ ଘରଭାଙ୍ଗି ଘର ଭିତରୁ ଚଳିତ ବର୍ଷ ଅମଳକରି ସାଇତି ରଖିଥିବା ସମସ୍ତ ଧାନ ଖାଇ ଯାଇଛନ୍ତି। ହାତୀ ଆସିବା ଜାଣି ତାଙ୍କ ଘର ଲୋକେ ଘରୁ ବାହାରି ଯାଇଥିବା ବେଳେ ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଂଚି ହାତୀ ପଲଙ୍କୁ ଘଉଡାଇଥିବା ନେଇ ସୂଚନା। ଚମ୍ପୁଆ ରେଞ୍ଜରେ ଏବେ ହାତୀ ଉପଦ୍ରବକୁ ନେଇ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହୁଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



